fbpx

ପିଶାଚ ବାପା! ୩୯ ଦିନର ଶିଶୁର ଭାଙ୍ଗିଲା ୭୧ଟି ହାଡ଼, ମିଳିଲା ଏପରି ସଜ୍ଜା

ନୂଆଦିଲ୍ଲୀ: ବାପା ବନିଲା ପିଶାଚ । ଜଣେ ବାପା ଏପରି ଏକ କାମ କରିଛି ଯାହାକୁ ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ୩୧ ବର୍ଷିୟ ବାପା ନିଜର ୩୯ ଦିନର ଶିଶୁକୁ ଏପରି ଅତ୍ୟାଚାର କଲା । ଯାହାଦ୍ୱାରା ଶିଶୁର ୭୧ଟି ହାଡ଼ ଫ୍ରାକ୍ଚର୍ ହୋଇଯାଇଛି ଓ ତାର ମୃତ୍ୟୁ ହୋଇଯାଇଛି । ଏବେ ଏହି ମାମଲାରେ ଅଭିଯୁକ୍ତ ବାପାକୁ କୋର୍ଟ ସଜ୍ଜା ଶୁଣାଇଛି । କୋର୍ଟ ଅଭିଯୁକ୍ତ ବାପାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛି ।

ଏହିଭଳି ଏକ ଘଟଣା ଘଟିଛି ୱାର୍ମଲୀର ସାଉଥ୍ ଗ୍ଲାଷ୍ଟଶାୟର୍ ର । ଯେଉଁଠାରେ ୩୧ ବର୍ଷିୟ ଜେମ୍ସ ନିଜର ନବଜାତ ପୁଅର ହତ୍ୟା କରିଥିବା ଦୋଷରେ କୋର୍ଟ ତାକୁ ଆଜୀବନ କାରାଦଣ୍ଡ ଶୁଣାଇଛି । ଜେମ୍ସ ନିଜର ନବଜାତ ଶିଶୁ ସହିତ ଏପରି ଅତ୍ୟାଚାର ଦେଲା ଯେ, ଯାହାଦ୍ୱାରା ଶିଶୁର ଛାତିର ୭୧ ଟି ରିବ୍ ଫ୍ରାକ୍ଚର୍ ହୋଇଯାଇଥିଲା ଓ ମସ୍ତିସ୍କରୁ ରକ୍ତ ବାହାରିବାକୁ ଲାଗିଥିଲା । ଏହାପରେ ସକାଳେ ତାର ମାଆ ଶିଶୁକୁ ମୃତ ଭାବରେ ପାଇଥିଲା । ଏହି ମାମଲା ୨୦୧୮ ମସିହାରେ ହୋଇଥିବା ବେଳେ କୋର୍ଟ ଏବେ ଅଭିଯୁକ୍ତକୁ ସଜ୍ଜା ଶୁଣାଇଛି ।

ରିପୋର୍ଟରୁ ଜଣାପଡ଼ିଥିଲା ଯେ, ଶିଶୁକୁ ଅତିକମରେ ତିନିଥର ହମଲା କରାଯାଇଛି । ଯାହା ଫଳରେ ତା ଶରୀରର ଅନେକ ହାଡ଼ ଭାଙ୍ଗିଯାଇଥିଲା । ମୁଣ୍ଡରେ କ୍ଷତ ହୋଇଥିବାରୁ ରକ୍ତ ବାହାରୁଥିଲା ଓ ତାର ମୃତ୍ୟୁ ହୋଇଯାଇଥିଲା ।

Get real time updates directly on you device, subscribe now.