fbpx

ଜାତିସଂଘରେ ମୋଦୀଙ୍କ ସମ୍ବୋଧନ, କଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବୋଧନ କରିଛନ୍ତି । ସାରା ବିଶ୍ୱକୁ ସେ ଆଜି ସମ୍ବୋଧନ କରୁଛନ୍ତି । ସେ କହିଚନ୍ତି ଯେ, ବିବିଧତା ଭାରତର ସ୍ୱତନ୍ତ୍ର ଲୋକତନ୍ତ୍ରର ପରିଚୟ । ଲୋକତନ୍ତ୍ରର ଜନନୀ ଭାରତର ମୁଁ ପ୍ରତିନିଧିତ୍ୱ କରୁଛି । ଗତ ଦେଢ଼ ବର୍ଷ ହେଲା କରୋନା ମହାମାରୀ ସହିତ ସାରା ବିଶ୍ୱ ଲଢ଼େଇ କରୁଛି । ଯେବେ ଭାରତ ବିକାଶ କରୁଛି ସେ ସମୟରେ ଦୁନିଆ ବଦଳୁଛି ।

ତେବେ ମୋଦୀ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଆଉ କହିଛନ୍ତି ଯେ, ଗତ ଦେଢ ବର୍ଷ ହେଲା ସାରା ବିଶ୍ୱ କରୋନା ମହାମାରୀ ସହିତ ଲଢ଼େଇ କରୁଛି । ଆଉ ଏହା ଆଗକୁ ବି ଜାରି ରହିବ । ୭ ବର୍ଷରେ ୪୩ କୋଟି ଭାରତୀୟ ବ୍ୟାକିଂ ବ୍ୟବସ୍ଥାରେ ଯୋଡ଼ି ହୋଇଛନ୍ତି । ବିଶ୍ୱର ପ୍ରଥମ ଡିଏନଏ ଭାକସିନ୍ ଭାରତରେ ତିଆରି ହୋଇଛି । ଏଥିସହିତ ସେ କହିଛନ୍ତି ଯେ, ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ଆସି ଟିକା ତିଆରି କରନ୍ତୁ । ଆବଶ୍ୟକ ପଡ଼ୁଥିବା ଦେଶକୁ ଟିକା ଯୋଗାଇ ଦିଆଯାଉଛି ।

Get real time updates directly on you device, subscribe now.