fbpx

ବରଗଡ଼ରେ ପରିବହନ ଅଧିକାରୀଙ୍କୁ ମହାରାଜ କଂସଙ୍କ ଦଣ୍ଡବିଧାନ

ବରଗଡ଼, ୧ା୧(ଓଡ଼ିଶା ଭାସ୍କର): ବରଗଡ଼ ପରିବହନ ଅଧିକାରୀଙ୍କୁ କଂସ ମହାରାଜା ଦଣ୍ଡବିଧାନ ଶୁଣାଇଛନ୍ତି । ବସଷ୍ଟାଣ୍ଡରେ ଅବ୍ୟବସ୍ଥା ନେଇ ଦଣ୍ଡବିଧାନ କରିଛନ୍ତି ମଥୁରା ନରେଶ । ପରିବହନ ଅଧିକାରୀଙ୍କୁ ୨ଲକ୍ଷ ସ୍ୱର୍ଣ୍ଣମୁଦ୍ରାର ଦଣ୍ଡବିଧାନ ହୋଇଛି । ଏହାସହ ବସଷ୍ଟାଣ୍ଡରେ ତୁରନ୍ତ ଶୌଚାଳୟ ନିର୍ମାଣ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଶୌଚାଳୟ ନିର୍ମାଣ ହୋଇ ନଥିବାରୁ ଅଧିକାରୀଙ୍କ ଉପରେ କଂସ ବର୍ଷିଛନ୍ତି । ଟିକେଟ କାଟି ବସରେ ଚଢ଼ିବାକୁ ଯାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସିଟବେଲ୍ଟ ପିନ୍ଧି ଗାଡ଼ି ଚଳାଇବା ପାଇଁ ମହାରାଜା ନିର୍ଦ୍ଦେଶ ଦେଇଛନ୍ତି । ଯଦି କେହି ନିର୍ଦ୍ଦେଶ ନମାନନ୍ତି ତେବେ ତାଙ୍କୁ କଠୋର ଦଣ୍ଡ ମିଳିବ । ଏହାସହ ହେଲମେଟ ପିନ୍ଧିଥିବା ଚାଳକଙ୍କୁ ଉପହାର ଦେଇଛନ୍ତି କଂଗ୍ରେସ ମହାରାଜ ।

Get real time updates directly on you device, subscribe now.