fbpx

ବଟଲିଂ ପ୍ଲାଣ୍ଟ ଲୋକାର୍ପିତ

ବଲାଙ୍ଗୀର, ୨୭ା୧୨(ଓଡ଼ିଶା ଭାସ୍କର): ବଲାଙ୍ଗିରରେ ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପିତ ହୋଇଛି । ଟେଲି କନଫରେନ୍ସିଂ ଜରିଆରେ ଲୋକାର୍ପଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ । ସେହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ , ବିଧାୟକ ନରସିଂହ ମିଶ୍ର ଓ ସାଂସଦ ସଙ୍ଗୀତା ସିଂହଦେଓ ସେହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

ପରେ ଟେଲି କନଫରେନ୍ସିଂ ଜରିଆରେ ଉପରାଷ୍ଟ୍ରପତି ଉଦବୋଧନ ଦେଇ କହିଛନ୍ତି ବଟଳିଂ ପ୍ଲାଣ୍ଟ ଲୋକାର୍ପଣ କରି ମୁଁ ବହୁତ ଖୁସି । ଦେଶର ବିକାଶରେ ନାରୀଙ୍କ ଅବଦାନକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ଭାରତୀୟ ସଂସ୍କୃତିରେ ନାରୀକୁ ପୂଜା କରିବାର ପରମ୍ପରା ରହିଛି । ଉଜ୍ୱଳା ଯୋଜନା ମହିଳାଙ୍କୁ ଶକ୍ତି ଓ ସ୍ୱାଭିମାନ ଦେଇଛି ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଘନ କୁହୁଡ଼ି ଯୋଗୁଁ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡ଼ୁଙ୍କ ବଲାଙ୍ଗୀର ଗସ୍ତ ବାତିଲ ହୋଇଥିଲା । ରାୟପୁରରେ ବିମାନବନ୍ଦରରେ ପ୍ରାୟ ୨ଘଣ୍ଟା ଅପେକ୍ଷା କରି ଫେରି ଯାଇଥିଲେ ଉପରାଷ୍ଟ୍ରପତି । ସେ ବଲାଙ୍ଗୀର ଆସି ବଟଲିଂ ପ୍ଲାଣ୍ଟର ଲୋକର୍ପଣ କରିଥାନ୍ତେ । ଏହାସହ ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବଲି ସମାରୋହରେ ମଧ୍ୟ ସେ ଯୋଗ ଦେଇଥାନ୍ତେ । ପାଗ ଖରାପ ଯୋଗୁଁ ସେ ତାଙ୍କ ଗସ୍ତ ବାତିଲ କରିଥିଲେ ।

Get real time updates directly on you device, subscribe now.