fbpx

ବାରଙ୍ଗ ଗଣଦୁଷ୍କର୍ମ ମାମଲା: ୨୨ ବର୍ଷ ପରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର, ୨୨ା୨ (ଓଡିଶା ଭାସ୍କର): ୨୨ ବର୍ଷ ତଳେ ଘଟିଥିବା ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ହୋଇଛି । କମିଶନରେଟ ପୋଲିସ ବିବନକୁ ଗିରଫ କରିଥିବା ଜଣାପଡ଼ିଛି । ଏନେଇ ସବିଶେଷ ସୂଚନା ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପ୍ରଦାନ କରିଛନ୍ତି ।

୧୯୯୯ ମସିହା ଜାନୁଆରୀ ମାସ ୬ ତାରିଖରେ ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ ଏକ କାର ଭିତରେ ଏହି ଗଣଦୁଷ୍କର୍ମ ହୋଇଥିଲା । ଏହି ଘଟଣାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ବିବନ ମହାରାଷ୍ଟ୍ର ପୁଣେରେ ସେ ନିଜର ନାମ ବଦଳାଇ ଜଳନ୍ଧର ସ୍ୱାଇଁ ରଖିଥିଲା । ସେଠାରେ ସେ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା । ଏହି ମାମଲାରେ ପୂର୍ବରୁ ଦୁଇ ଅଭିଯୁକ୍ତ ପଦିଆ ଓ ଟୁନିଆ ଗିରଫ ହୋଇଥିଲେ । ୱାରେଣ୍ଟ ବଳରେ ଆଜି କୋର୍ଟରେ ବିବନକୁ କମିଶନରେଟ ପୋଲିସ ହାଜର କରିବ । ବିବନ ଧରାପଡ଼ଡ଼ିବା ପୋଲିସ ପାଇଁ ଏକ ବହୁତ ବଡ଼ ସଫଳତା । ସିବିଆଇ ଯେଉଁ କାର୍ଯ୍ୟ କରିପାରିନଥିଲା ତାହା କମିଶନରେଟ ପୋଲିସ କରିପାରିଛି ବୋଲି କମିଶନର ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.