fbpx

ଶିକ୍ଷାନୁଷ୍ଠାନରେ କୋଭିଡ୍ କଟକଣା ନେଇ ଡିଇଓଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ

ଭୁବନେଶ୍ୱର, ୨୨ା୨ (ଓଡିଶା ଭାସ୍କର): ଅନ୍ୟ ରାଜ୍ୟମାନଙ୍କରେ କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣାକୁ କଡ଼ାକଡ଼ି କରିଛନ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି । କୋଭିଡ-୧୯ ଗାଇଡଲାଇନ୍ ପାଳନ କରିବା ନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଚିଠି ଲେଖିଛନ୍ତି ।

କୋଭିଡ-୧୯ ଗାଇଡଲାଇନ ମାନିବା ପାଇଁ ସମସ୍ତ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲରେ ପାଠପଢ଼ା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ନିଷେଧ କରାଯାଇଛି । ଏସଆରସି ଜାରି କରିଥିବା ସମସ୍ତ ଗାଇଡଲାଇନକୁ ପାଳନ କରିବାକୁ କୁହାଯାଇଛି । କଟକଣା ନ ମାନିଳେ ନିୟମ ଅନୁଯାୟୀ ଦଣ୍ଡବିଧାନ କରାଯିବ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଇଛି । ଥର୍ମାଲ ସ୍କ୍ରିନିଂ, ହାଣ୍ଡ ୱାସ ଓ ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି ।

Get real time updates directly on you device, subscribe now.