fbpx

ଗୋଟିଏ ଛୋଟ ଭୁଲ୍ ପାଇଁ ମିଳିଲା ଏତେବଡ଼ ଦଣ୍ଡ: ଚାଲିଗଲା ମହିଳାଙ୍କ ଚାକିରି

ଆଜିକାଲି ସମାଜରେ ଅନେକ ଘଟଣା ଘଟୁଛି । ବିଶେଷ କରି ସୋସିଆଲ ମିଡ଼ିଆ କାହାକୁ ରାତାରାତି ଲୋକପ୍ରିୟ କରିଦେଉଛି ତା କାହାର ମାନ ସମ୍ମାନ ନଷ୍ଟ କରିଦେଉଛି । ସେହିପରି ଏକ ଘଟଣା ଘଟିଛି ଜଣେ ମହିଳାଙ୍କ କ୍ଷେତ୍ରରେ ।

ଚାଇନାର ହୁନାନ ଅଞ୍ଚଳରେ ଏକ ବାରରେ ଜଣେ ମହିଳା ଚାକିରି କରୁଥିଲେ । ମହିଳାଙ୍କ ଗୋଟିଏ ସାମାନ୍ୟ ଭୁଲ ପାଇଁ ଚାକିରି ହରାଇବାକୁ ପଡ଼ିଛି । ମହିଳା ଜଣକ ଇଣ୍ଟରନେଟ ମେସେଜିଂ ଆପ ୱିଚାଟରେ ସଂସ୍ଥାର ବସଙ୍କୁ ମେସେସ୍ ସହିତ ଇମୋଜି ପଠାଇଥିଲେ । କୌଣସି କର୍ମଚାରୀ ମେସେଜ ପଠାଉଥିଲେ ସମ୍ପୂର୍ଣ୍ଣ ମେସେଜ୍ ଲେଖିବା ଆବଶ୍ୟକ ବୋଲି କମ୍ପାନୀର ନିୟମ ରହିଥିଲା । ମାତ୍ର ମହିଳାଙ୍କ କ୍ଷେତ୍ରରେ ଏହା ବ୍ୟତିକ୍ରମ ଥିଲା । ସେ ଓକେ ଲେଖିବା ସହ ଇମୋଜି ପଠାଇ ଦେଇଥିଲେ । କମ୍ପାନୀର ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ମହିଳାଙ୍କୁ ଇସ୍ତଫା ଦେବା ପାଇଁ ବାଧ୍ୟ କରାଯାଇଥିଲା ।

Get real time updates directly on you device, subscribe now.