fbpx

ବାଲେଶ୍ୱରରେ ବର୍ବର କାଣ୍ଡ, ସ୍ବାମୀ ଆଗରେ ସ୍ତ୍ରୀ’ଙ୍କୁ ଗଣ ଦୁଷ୍କର୍ମ

ବାଲେଶ୍ଵର ଜିଲାରେ ଏବେ ଅପରାଧ ଅଣାୟତ ହେବାରେ ଲାଗୁଛି। କୋଉଠି ଦିନ ଦ୍ୱିପ୍ରହରରେ ବନ୍ଧୁକ ଫୁଟୁଛି ତ ଆଉ କୋଉଠି ଖଣ୍ଡା ବୁଲୁଛି। ଏବେ ପୁଣି ଘଟିଛି ଆଉ ଏକ ଘଟଣା। ସ୍ବାମୀ ସମ୍ମୁଖରେ ସ୍ତ୍ରୀଙ୍କୁ ଗଣ ଦୁଷ୍କର୍ମ। ଏହି ଅଭିଯୋଗ ରେ ଆଜି ସହଦେବ ଖୁଣ୍ଟା ଥାନା ପୋଲିସ ସମସ୍ତ ୬ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ମାନେ ସମସ୍ତେ ସହଦେବ ଖୁଣ୍ଟା ଥାନା ଅଧୀନ ଗୋଧି ବସା ଅଞ୍ଚଳର । ବାଲେଶ୍ଵର ସହର ଚୂନ ଭାଟି ଅଞ୍ଚଳର ସ୍ବାମୀ ସ୍ତ୍ରୀ ସମ୍ପର୍କୀୟ ଙ୍କୁ ଷ୍ଟେସନ ରୁ ଛାଡ଼ି ଘରକୁ ଫେରୁଥିବା ବେଳେ ଷ୍ଟେସନ ପଛପଟ ମାଲ ଗୋଦାମ ନିକଟରେ ଏଭଳି ଘଟଣା ଘଟିଥିଲା ।

ଗିରଫ ୬ ଜଣ ଅଭିଯୁକ୍ତ ଙ୍କ ମଧ୍ୟରୁ ୩ ଜଣ ସ୍ବାମୀଙ୍କୁ ବାନ୍ଧି ମାର ପିଟ କରି ଅଢେ଼ଇ ଟଙ୍କା ଲୁଟ କରିଥିବା ବେଳେ ଅନ୍ୟ ତିନି ଜଣ ଦୁବୁତ୍ତ ସ୍ତ୍ରୀ ଙ୍କୁ ଘୋଷାରି ଏକ ନିର୍ଜନ ସ୍ଥାନ କୁ ନେଇ ଦୁଷ୍କର୍ମ କରିଥିଲେ । ଘଟଣା ରେ ସହଦେବ ଖୁଣ୍ଟା ଥାନା ପୋଲିସ ଦ୍ବାରା ୨ ନାବାଳକ ସମେତ ୬ ଜଣଙ୍କୁ ଗିରଫ। ମୁର୍ଶିଦାବାଦ ର ଯୁବକ ଓ ଉଦଳା ର ମହିଳା ଙ୍କୁ ବିବାହ କରି ଦୀର୍ଘଦିନ ହେବ ଚୂନ ଭାଟି ଅଂଚଳ ରେ ରହୁଥିବା ବେଳେ କିଛି ସମ୍ପର୍କୀୟ ଙ୍କୁ ଷ୍ଟେସନ ରେ ଛାଡି ନିଜ ଭଡ଼ା ଘର ଚୂନଭାଟି କୁ ଫେରୁଥିବା ବେଳେ ମାଲ ଗୋଦାମ ନିକଟରେ ଦୂର୍ବୁତ୍ତ ଙ୍କ ଶିକାର ହୋଇଥିଲେ । ଗିରଫ ଦୁର୍ବୃତ୍ତ ଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ , ୨୫୦୦ଟଙ୍କା ସହ କଟୁରୀ ଓ ମୋବାଇଲ୍ ଜବତ ହୋଇଛି ।

Get real time updates directly on you device, subscribe now.