fbpx

Big Breaking; ହଟିଲା ବ୍ୟାରିକେଡ, ନାହିଁ ସୁରକ୍ଷା ବ୍ୟବସ୍ଥା: ସନ୍ନ୍ୟାସ ପରେ ଭି.କେ ପାଣ୍ଡିଆନଙ୍କ ବାସଭବନ ଖାଁ ଖାଁ

Advertisement

ଭୁବନେଶ୍ୱର: ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ବିଜେଡି ଶାସନର ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ । ଏହାପରେ ରାତା ରାତି ତାଙ୍କ ବାସଭବନରୁ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଆଯାଇଛି । ଗତକାଲି ପର୍ଯ୍ୟନ୍ତ ବ୍ୟାରିକେଡ, ସିସିଟିଭି ସହିତ କଡ଼ା ସୁରକ୍ଷା ବଳୟ ଭିତରେ ରହିଥିବା ପାଣ୍ଡିଆନଙ୍କ ଘର ଆଜି ଖାଁ ଖାଁ ଲାଗୁଛି । ବର୍ତ୍ତମାନ ଏହି ଘର ତାଲା ପଡ଼ିଥିବା ବେଳେ ଏଠାରେ କୌଣସି ପୋଲିସ କର୍ମୀ, ସିସିଟିଭି କିମ୍ବା ବ୍ୟାରିକେଡ ବ୍ୟବସ୍ଥା ନାହିଁ । ପୂର୍ବରୁ ଆଇଏଏସ ଚାକିରିରୁ ସ୍ପେଚ୍ଛାକୃତ ଅବସର ନେବା ପରେ ଗତକାଲି ରାଜନୀତିରୁ ମଧ୍ୟ ସେ ସନ୍ନ୍ୟାସ ନେଇଛନ୍ତି । ତେଣୁ ବର୍ତ୍ତମାନ ଏହି ବାସଭବନରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଆଯାଇଛି । ବିଜେଡି ସରକାରରେ ଦଳର ନେତା ଭାବରେ ପାଣ୍ଡିଆନଙ୍କୁ ଏହି ସମସ୍ତ ସୁବିଧା ଯୋଗାଇ ଦିଆ ଯାଇଥିଲା ।

Get real time updates directly on you device, subscribe now.