fbpx

ଏଣିକି ଘର ତିଆରି ଆହୁରି ସହଜ: ଟନ୍ ପିଛା ୧୦ ହଜାର ଟଙ୍କା ଶସ୍ତା ହେଲା ଲୁହା ରଡ୍, କମିଲା ସିମେଣ୍ଟ ଦାମ୍

ନୂଆଦିଲ୍ଲୀ: ଘର ତିଆରି ପାଇଁ ଆଉ ଲୋକଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । କାରଣ ରଡ୍ ସାଙ୍ଗକୁ ସିମେଣ୍ଟ ଦାମ୍ ବି ଶସ୍ତା ହୋଇଛି । ବିଶେଷକରି ରେକର୍ଡ ସ୍ତରରେ ପହଞ୍ଚିଥିବା ବ୍ରାଣ୍ଡ ସରିଆର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି ।

ସୋମବାର ଖୁଚୁରା ବଜାରରେ ଲୁହା ରଡ୍ ଟନ୍ ପିଛା ୬୯ ହଜାର ଟଙ୍କାରେ ପହଞ୍ଚଥିଲା । କାରଖାନାଗୁଡ଼ିକରେ ଏହା ଟନ୍ ପିଛା ୬୬ ହଜାର ଟଙ୍କାରେ ବିକ୍ରି ହେଉଛି । ଏହି କ୍ଷେତ୍ର ସହିତ ଜଡିତ ବ୍ୟବସାୟୀମାନେ କହିଛନ୍ତି ଯେ, ଆଗାମୀ ଦିନରେ ଲୁହା ରଡ୍ ମୂଲ୍ୟରେ ଆହୁରି ହ୍ରାସ ହେବାର ସଙ୍କେତ ରହିଛିି । ଏହିପରି, ୩୫ ଦିନ ମଧ୍ୟରେ ଲୁହା ରଡ୍ ମୂଲ୍ୟ ଟନ୍ ପିଛା ୧୦,୦୦୦ ଟଙ୍କା ହ୍ରାସ ପାଇଛି । ଗତ ମାସ ଏପ୍ରିଲ ୧୮ ରେ, ଚିଲହରର ଲୁହା ରଡ ଟନ୍ ପିଛା ୭୯ ହଜାର ଟଙ୍କାରେ ବିକ୍ରି ହେଉଥିଲା । ଲୁହାପଥର ଏବଂ କୋଇଲା ମୂଲ୍ୟ ମଧ୍ୟ ସାମାନ୍ୟ ହ୍ରାସ ପାଇଥିବାରୁ ଏହାର ରେଟ୍ ହ୍ରାସ ପାଇଥିବା କୁହାଯାଉଛି ।

ସିମେଣ୍ଟ ବି ଶସ୍ତା:-
ସରିଆ ସହିତ ସିମେଣ୍ଟର ମୂଲ୍ୟ ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଆଜିକାଲି ବୋରି ପିଛା ୨୮୦ ଟଙ୍କା ପର୍ଯ୍ୟନ୍ତ ସିମେଣ୍ଟ ଶସ୍ତା ହୋଇଛି । ବ୍ୟବସାୟୀଙ୍କ ଅନୁଯାୟ, ବଜାରରେ ଚାହିଦା କମ୍ ହେବା କାରଣରୁ ସିମେଣ୍ଟ ମୂଲ୍ୟ ଆହୁରି ହ୍ରାସ ହୋଇପାରେ ।

Get real time updates directly on you device, subscribe now.