fbpx

ଅନୁଭବ-ବର୍ଷା ବିବାଦ , ଶାଶୁ ଘରେ ରହି ମାମଲା ଲଢ଼ିବେ ବର୍ଷା

କଟକ, ୮ା୯(ଓଡ଼ିଶା ଭାସ୍କର):  ଓଲିଉଡ଼ର ସଫଳ ଅଭିନେତ୍ରୀ ବର୍ଷା ତାଙ୍କ ସ୍ୱାମୀ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାମରେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ଆଣିଛନ୍ତି । ଏହି ମାମଲାରେ ଆଜି ବର୍ଷାଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ ରାମକୃଷ୍ଣ ରଥ ସୂଚନା ଦେଇ କହିଛନ୍ତି ଯେ ଶାଶୁ ଘରେ ହିଁ ବର୍ଷା ରହି ଏହି ମାମଲା ଲଢ଼ିବେ । ଅନୁଭବଙ୍କ କଥାରେ ସେ ଶାଶୂଘରୁ ଆସି ପାରିବେ ନାହିଁ । କୁପଥଗାମୀ ସ୍ୱାମୀଙ୍କୁ ସୁପଥଗାମୀ କରିବାକୁ ଚାହୁଁଛନ୍ତି ବର୍ଷା । ନିଜ ବିବାହକୁ ଚିରସ୍ଥାୟୀ କରିବାକୁ ବର୍ଷା ଚାହୁଁଛନ୍ତି ବୋଲି ରାମକୃଷ୍ଣ କହିଛନ୍ତି । ସେଥିପାଇଁ ଗତକାଲି ପୋଲିସ ସୁରକ୍ଷା ମଗାଯାଇଥିଲା । ଏହାସହ ଗତକାଲି ଘଟିଥିବା ଘଟଣା ନେଇ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି ବର୍ଷାଙ୍କ ଓକିଲ କହିଛନ୍ତିି ।

ଅନ୍ୟପଟେ ଏହି ମାମଲାର ଡ଼ିଆଇଆର ରିପୋର୍ଟ ଦାଖଲ ହୋଇନଥିବାରୁ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୨କୁ ଘୁଞ୍ଚାଯାଇଛି । ଏହାସହ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି ବୋଲି ସୂଚନା ରହିଛି । ଦିଲ୍ଲୀରେ ଅନୁଭବ କରିଥିବା ମାମଲାର ସ୍ଥାନାନ୍ତର ପାଇଁ ଆବେଦନ କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।

Get real time updates directly on you device, subscribe now.