fbpx

ରେଷ୍ଟୁରାଣ୍ଟରେ ଅଚାନକ୍ ପଶିଗଲା ଚିତାବାଘ, ଆଉ ତା’ପରେ..

ସାଉଥ ଆଫ୍ରିକାର ଏକ ରେଷ୍ଟୁରାଣ୍ଟରେ ଅଚାନକ୍ ପଶିଗଲା ଏକ ଚିତାବାଘ । ରେଷ୍ଟୁରାଣ୍ଟରେ ବାଘକୁ ଖୋଲା ବୁଲୁଥିବାର ଦେଖି ଲୋକଙ୍କର ହୋସ୍ ଉଡିଗଲା । ଏହି ଘଟଣା ଆଫ୍ରିକା ମପୁମାଲଙ୍ଗାର ସିଙ୍ଗିତା ଏବୋନି ଲଜରେ ଘଟିଛି । ଏହି ରେଷ୍ଟୁରାଣ୍ଟର ବାଘ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ବାଘଟି ଅତି ଆରାମରେ ପୁରା ରେଷ୍ଟୁରାଣ୍ଟରରେ ବୁଲୁଥିବାର ନଜର ଆସିଛି । କିନ୍ତୁ ବାଘଟି ରେଷ୍ଟୁରାଣ୍ଟରେ ଥିବା କୌଣସି ଲୋକଙ୍କର କିଛି ବି କ୍ଷତି କରିନଥିଲା । ବୁଲିସାରି ଚୁପଚାପ୍ ବାଘଟି ରେଷ୍ଟୁରାଣ୍ଟରୁ ଚାଲିଯାଇଥିଲା । ଏହି ଭିଡିଓଟି ୧୦ ଦିନ ପୂର୍ବର ହୋଇଥିଲେ ବି ସୋସିଆଲ ମିଡିଆରେ ବେଶ ଛାଇବାରେ ଲାଗିଛି । ଲୋକମାନେ ମଧ୍ୟ ଏଥିରେ ବହୁତ ମଜାଳିଆ କମେଣ୍ଟ ଦେବାରେ ଲାଗିଛନ୍ତି ।

Get real time updates directly on you device, subscribe now.