fbpx

ଅନୁଭବଙ୍କ ଭିଡିଓକୁ ନେଇ ସାଇବର ଥାନାର ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ

କଟକ(ଓଡ଼ିଶା ଭାସ୍କର): ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଜାରି ରହିଛି । ଏହାରି ମଧ୍ୟରେ କଟକ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସାଂସଦ ଅନୁଭବଙ୍କ ନାଁରେ ସେ ସାଇବର ଥାନାରେ ଏତଲା ଦେଇଛନ୍ତି । ଅନୁଭବ ଜାରି କରିଥିବା ଭିଡିଓ ବିରୋଧରେ ବର୍ଷା ଏତଲା ଦେଇଥିବା ଜଣାପଡିଛି ।

ଭିଡିଓ ସେୟାର କରି ଅନୁଭବ ଚରିତ୍ର ସଂହାର କରୁଛନ୍ତି ବୋଲି ବର୍ଷା ଅଭିଯୋଗ କରିଛନ୍ତି ।କିଛି ବ୍ୟକ୍ତି ତାଙ୍କ ଛବି ଖରାପ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ସେ କହିଛନ୍ତି । ସାଇବର ଥାନାରେ ୧୪/୨୦୨୨ରେ ମାମଲା ପଞ୍ଜୀକୃତ ହୋଇଛି ।

ତେବେ ପୂର୍ବରୁ ଅନୁଭବ ଏକ ଭିଡିଓ ରିଲିଜ୍ କରି ବର୍ଷାଙ୍କ ନାଁରେ କହିଥିଲେ, ଯାହାକୁ ନେଇ ବର୍ଷା ପୁରୀଘାଟ ଥାନାରେ ଏତଲା ଦେଇଥିଲେ । ଅନୁଭବ ବାରମ୍ବାର ଭିଡିଓ ରିଲିଜ କରି ମୋ ନାରୀତ୍ୱକୁ ଅପମାନିତ କରୁଥିବା ବଷାଁ ଅଭିଯୋଗ କରିଥିଲେ ।

ଅନ୍ୟପଟେ ବର୍ଷା ଥାନାର ଦ୍ୱାରସ୍ଥ ହେବା ପରେ ପୁଣି ତୃତୀୟ ଭିଡିଓ ଛାଡ଼ଥିଲେ ଅନୁଭବ । ବର୍ଷାଙ୍କ ଅଭିଯୋଗକୁ ଖାରଜ କରିବା ସହ ଅନୁଭବ ପାଲଟା ଅଭିଯୋଗ ଆଣଥିଲେ । ବର୍ଷାଙ୍କୁ ସତ ଶୁଣିବାକୁ ସାହସ ରଖିବାକୁ କହିଥିଲେ ଅନୁଭବ । ଯଦି ନିର୍ଯ୍ୟାତନା ହେଉଥିବା, ତେବେ ଚୁପ୍ କାହିଁକି ଥିଲ ବୋଲି ଅନୁଭବ ପ୍ରଶ୍ନ କରିଥିଲେ ।

Get real time updates directly on you device, subscribe now.