fbpx

ଅପରାହ୍ନ ୩ଟା୩୦ରେ ୟାସିନ ମଲିକର ହେବ ସଜାର ଘୋଷଣା, ମୃତ୍ୟୁ ଦଣ୍ଡ ଦାବି କଲା NIA

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ତଥା କଥାକଥିତ ଆତଙ୍କବାଦୀ ୟାସିନ ମଲିକଙ୍କୁ ଅପରାହ୍ନ ସାଢେ ୩ଟାରେ ଦଣ୍ଡାଦେଶ ଶୁଣାଯିବ। ଟେରର ଫଣ୍ଡିଂ କେସରେ ୟାସିନ ମଲିକର ସଜାକୁ ନେଇ ଲମ୍ବା ବିତର୍କ ପରେ ଅଦାଲତ ରାୟ ସଂରକ୍ଷିତ ରଖିଛନ୍ତି। ଏହି ସମୟରେ ଏନଆଇଏ ୟାସିନ ମଲିକଙ୍କୁ ମୃତ୍ୟ ଦଣ୍ଡ ଦେବାକୁ ଦାବି କରିଛି। ମଧ୍ୟାହ୍ନ ୧୨ଟାରେ ୟାସିନ ମଲିକଙ୍କୁ ବ୍ୟାପକ ସୁରକ୍ଷା ମଧ୍ୟରେ ପୋଲିସ ଅଦାଲତରେ ହାଜର କରାଇଥିଲା। କୋର୍ଟରୁମରେ କେବଳ ମାମଲାର ସମ୍ବନ୍ଧିତ ଓକିଲଙ୍କୁ ରହିବାକୁ ଅନୁମତି ଦିଆଯାଇଥିଲା। ମିଡିଆ ଏବଂ ଅନ୍ୟ ଲୋକଙ୍କୁ ବାହାରକୁ ବାହାର କରାଯାଇଥିଲା।

ଏହା ପୂର୍ବରୁ ମେ ୧୯ରେ ମାମଲାର ଶୁଣାଣି ପୂରା ହୋଇଥିଲା। ଏନଆଇଏର ସ୍ଵତନ୍ତ୍ର ଅଦାଲତର ଜଜ ପ୍ରବୀଣ ସିଂହ ରାୟ ସଂରକ୍ଷିତ ରଖିଥିଲେ। କେବଳ ଏତିକି ନୁହେଁ ଅଦାଲତ ଏନଆଇଏକୁ କହିଥିଲେ ଯେ, ବୁଧବାର ସଜା ଶୁଣାଯିବା ପୂର୍ବରୁ ଟେରର ଫଣ୍ଡିଂକୁ ନେଇ ୟାସିନ ମଲିକଙ୍କ ଆର୍ଥିକ ସ୍ଥିତି ବିଷୟରେ ଖୋଳତାଡ କରନ୍ତୁ। ଶେଷ ଶୁଣାଣିରେ ୟାସିନ ମଲିକ ଟେରର ଫଣ୍ଡିଂ କେସରେ ଦୋଷୀ ସାବ୍ୟସ୍ତ ହେବା ପରେ ନିଜ ଓକିଲକୁ କେସରୁ ଓହରାଇ ନେଇଥିଲା। ୟାସିନ ମଲିକ ଉପରେ ଦେଶ ବିରୋଧରେ ଷଡଯନ୍ତ୍ର ରଚିବା, ବେଆଇନ ଗତିବିଧିରେ ସାମିଲ୍ ହେବା ଏବଂ କାଶ୍ମୀରରେ ଶାନ୍ତି ଭଙ୍ଗ କରିବା ଏବଂ ଟେରର ଫଣ୍ଡିଂରେ ସାମିଲ୍ ହେବାର ଅଭିଯୋଗ ହୋଇଛି।

 

Get real time updates directly on you device, subscribe now.