fbpx

ଘରେ ପଶି ୧୦୦ଗ୍ରାମ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

Advertisement

ଭୁବନେଶ୍ୱର, ୨୬ା୨(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ଚୋରିଠୁ ଆରମ୍ଭ କରି ବ୍ରାଉନସୁଗାର, ଗଞ୍ଜେଇ ଭଳି ନିଶା ଦ୍ରବ୍ୟ ଚୋରା ଚାଲାଣ ଏବଂ ଏହାଠାରୁ ମଧ୍ୟ ଜଘନ୍ୟ କାଣ୍ଡ ଦେଖିବାକୁ ମିଳୁଛି । କହିବାକୁ ଗଲେ ଅପରାଧର ପେଣ୍ଠସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ୱର । ଏହାରି ମଧ୍ୟରେ ଆଜି ଭୁବନେଶ୍ୱର ସ୍ଥିତ ରଘୁନାଥପୁର ସିଏସଏସ ହୋମସ୍ ଆପାର୍ଟମେଣ୍ଟରେ ଡ଼କାୟତି ହୋଇଥିବା ସୂଚନା ମିଳିଛି । ସେହି ଆପାଟମେଣ୍ଟର ମୋହନ ପ୍ରସାଦ ଠାକୁରଙ୍କ ଘରେ ପଶି ୧୦୦ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏହାସହ ଅଧ କେଜି ରୂପା, ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଓ ବିଦେଶୀ ମୁଦ୍ରା ମଧ୍ୟ ଲୁଟ ହୋଇଥିବା ସୂଚନା ରହିଛି । ଏନେଇ ମୋହନ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ନନ୍ଦନକାନନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.