ଭୁବନେଶ୍ୱର, ୪ା୩(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଅପରାହ୍ନରେ ଆରମ୍ଭ ହୋଇଥିଲା ଘୂର୍ଣ୍ଣିଝଡ଼ । ପରେ ପରେ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା । ହଠାତ କଳା ବାଦଲ୍ ମାଡ଼ିଆସିବା ସହ ଧୂଳିଝଡ଼ରେ ପୁରା ପରିବେଶ ଭର୍ତ୍ତି ହୋଇପଡ଼ିଥିଲା । ଦେଖନ୍ତୁ ଏହାର କିଛି ଝଲକ୍
ଆଜି ସକାଳୁ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ପକ୍ଷରୁ ସୂଚନା ମିଳିଥିଲା । ଆଜି ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଢ଼େଙ୍କାନାଳ, କନ୍ଧମାଳ, ବୌଦ୍ଧ, କଟକ, ଜଗତସିଂହପୁର, କଳାହାଣ୍ଡି ଓ ରାୟଗଡ଼ାରେ ବର୍ଷା ହେବାରେ ଆଶଙ୍କା ରହିଛିି । ଉତ୍ତର ସହ ଉପକୂଳ ଓଡ଼ିଶାରେ ଘୂର୍ଣ୍ଣିବଳୟର ପ୍ରଭାବ ଅଧିକ ରହିବ । ଏହାପରେ ୮ତାରିଖରୁ ପାଗରେ ପରିବର୍ତ୍ତନ ହେବା ସହ ତାତି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।