fbpx

ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣାରେ ଠିକାଦାର ଅଟକ

ଭୁବନେଶ୍ୱର, ୨୫ା୧(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣାରେ ଠିକାଦାର ଦିଲୀପ ଖଟେଇଙ୍କୁ ଅଟକ ରଖିଛି ପୋଲିସ । ତାଙ୍କୁ ଅଟକ ରଖିଛି ଏୟାରପୋର୍ଟ ଥାନା ପୋଲିସ । ତାଙ୍କୁ ଅଟକ ରଖି ଭୁବନେଶ୍ୱର ଡିସିପି ପଚରାଉଚରା କରୁଛନ୍ତି । ଏହାସହ କିଛି ଭୁଲ ଥିବା ନେଇ ଗତକାଲି ସ୍ୱୀକାର କରିଥିଲେ ଦିଲୀପ ।
ଉଲ୍ଲେଖଯୋଗ୍ୟ ଯେ ଗତକାଲି ବିଳମ୍ବିତ ରାତ୍ରିରେ ରାଜଧାନୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଘଟଣ ଘଟିଥିଲା । ବିମାନବନ୍ଦର ପରିସରରେ ନିର୍ମାଣଧୀନ ଲିଙ୍କ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିଲା । ଟର୍ମିନାଲ-୧ ଓ ଟର୍ମିନାଲ-୨ ମଧ୍ୟରେ ଥିବା ଲିଙ୍କ୍ ବିଲ୍ଡିଂ ନିର୍ମାଣଧୀନ ଥିଲା । ସେଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସହ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ ।

Get real time updates directly on you device, subscribe now.