fbpx

ଭୁବନେଶ୍ୱରରେ ସମସ୍ତ ପାର୍କ ବନ୍ଦ ରଖିବାକୁ ନିଷ୍ପତ୍ତି

ଭୁବନେଶ୍ୱର, ୨୧ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ଏହା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏନେଇ ରାଜଧାନୀ ଭୁବନେଶ୍ୱରରେ ସମସ୍ତ ପାର୍କ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସରକାରୀ ଓ ବେସରକାରୀ ସମସ୍ତ ପାର୍କ ବନ୍ଦ ରହିବ । ପାର୍କରେ ଭିଡ଼ ନିୟନ୍ତ୍ରଣ ନହେବାରୁ ଏହିପରି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲିଠାରୁ ଏହି ନିୟମ ଲାଗୁ ହେବ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଭାରତରେ କରୋନାରେ ୨୮୫ଜଣ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ହୋଇସାରିଛି । ସେହିପରି ଓଡ଼ିଶାରେ ମଧ୍ୟ ଦୁଇ ଜଣ କରୋନାରେ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.