fbpx

ବନ୍ଦ ହେବ ପାନ ଦେକାନ ଓ ଆଇସକ୍ରିମ ପାର୍ଲର

ଭୁବନେଶ୍ୱର, ୨୧ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ଏହା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଲୁଗା ଦେକାନ ଓ ସୋରୁମ୍ ବନ୍ଦ ହେବାସହ ସମସ୍ତ ପାନ ଦୋକାନ ଓ ଆଇସକ୍ରିମ ପାର୍ଲର ମଧ୍ୟ ବନ୍ଦ ହେବ । ଜୁସ୍ ଦୋକାନୀ କେବଳ ଫଳ ବିକି ପାରିବେ । ଓପେଲଫେଡ଼ରେ ରନ୍ଧା ଖାଦ୍ୟ ବିକ୍ରି ହେବନି । ଏହାସହ ଓମଫେଡ଼ ପାର୍ଲରରେ ପାନ ଗୁଟଖା, ଚା ବିକ୍ରି ମଧ୍ୟ ହୋଇପାରିବନି । କେବଳ କ୍ଷୀର ଓ କ୍ଷୀରଜାତ ସାମଗ୍ରୀ ବିକିବାକୁ ସେମାନଙ୍କୁ ଅନୁମତି ମିଳିଛି ।


ଭାରତରେ କରୋନାରେ ୨୮୫ଜଣ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ହୋଇସାରିଛି । ସେହିପରି ଓଡ଼ିଶାରେ ମଧ୍ୟ ଦୁଇ ଜଣ କରୋନାରେ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.