fbpx

IPL 2024 Prize, ଗ୍ରାଉଣ୍ଡ ଷ୍ଟାଫ ବି ହୋଇଗଲେ ମାଲମାଲ୍… ଦେଖନ୍ତୁ କେତେ ଟଙ୍କା ପୁରସ୍କାର ଘୋଷଣା କଲା ବିସିସିଆଇ

Advertisement

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ଫାଇନାଲରେ ଦମଦାର ବିଜୟ ସହ ଚମ୍ପିଆନ୍ ମୁକୁଟ ପିନ୍ଧିଛି କୋଲକାତା ନାଇଟ ରାଇଡର୍ସ । ସନରାଇଜର୍ସ ହାଇଦ୍ରାବାଦ ଉପରେ ବିଜୟ ହାସଲ କରି କୋଲକାତା ତୃତୀୟ ଟାଇଟଲ ହାସଲ କରିଛି । ଏହି ଟ୍ରଫି ସହିତ ବିସିସିଆଇ ତରଫରୁ କୋଲକାତାକୁ ୨୦ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ସେହିପରି ରନର୍ସ ଅପ୍ ହାଇଦ୍ରାବାଦକୁ ମଧ୍ୟ ୧୨.୫ କୋଟି ଟଙ୍କା ରାଶି ପୁରସ୍କାର ମିଳିଛି । ଏହାବ୍ୟତୀତ ଆଇପିଏଲରେ ୭୪ଟି ମ୍ୟାଚ ସଫଳତାର ସହ ଶେଷ କରିବାରେ ପ୍ରମୁଖ ଭୂମିକା ତୁଲାଇଥିବା ଗ୍ରାଉଣ୍ଡ ଷ୍ଟାଫଙ୍କୁ ମଧ୍ୟ ମାଲାମାଲ କରିଛି ବିସିସିଆଇ । ଏମାନଙ୍କ ପାଇଁ ମଧ୍ୟ ବୋର୍ଡ ତରଫରୁ ପୁରସ୍କାର ରାଶି ଘୋଷଣା ହୋଇଯାଇଛି ।

ବିସିସିଆଇ ସଚିବ ଜୟ ଶାହ କହିଛନ୍ତି ଯେ, ଆଇପିଏଲ ଟୁର୍ଣ୍ଣାମେଣ୍ଟ ସମୟରେ ଖୁବ ସୁନ୍ଦର ପିଚ୍ ବ୍ୟବସ୍ଥା କରିବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି ଗ୍ରାଉଣ୍ଡ ଷ୍ଟାଫ । ତେଣୁ ଏଥିପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବା ନେଇ ସେ ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଜୟ ଶାହ ଲେଖିଛନ୍ତି ଯେ, ଆମର ସଫଳ ଟି-୨୦ ଯାତ୍ରାରେ ପରଦା ଆହୁଡ଼ରେ ଥିବା ମହାନାୟକ ହେଉଛନ୍ତି ଗ୍ରାଉଣ୍ଡ ଷ୍ଟାଫ । ବିଭିନ୍ନ ପରିସ୍ଥିତି ଏବଂ ପାଣିପାଗରେ ମ୍ୟାଚ ପାଇଁ ଉପଯୋଗୀ ପିଚ୍ ପ୍ରସ୍ତୁତ କରି ଯୋଗାଇ ଦେବାକୁ ଭରପୂର ପ୍ରୟାସ କରିଛନ୍ତି । ତେବେ ଏଥିପାଇଁ ୧୦ ନିୟମିତ ଆଇପିଏଲ ସ୍ଥାନରେ ଗ୍ରାଉଣ୍ଡ ଷ୍ଟାଫ ଏବଂ କ୍ୟୁରେଟରମାନଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏହାସହିତ ୩ଟି ଅତିରିକ୍ତ ସ୍ଥାନରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ବୋଲି ଘୋଷଣା କରିଛନ୍ତି ବିସିସିଆଇ ସଚିବ ।

ଆଇପିଏଲର ୧୦ଟି ନିୟମିତ ସ୍ଥାନ ହେଉଛି ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, କୋଲକାତା, ଚଣ୍ଡିଗଡ଼, ହାଇଦ୍ରାବାଦ, ବେଙ୍ଗଲୁରୁ, ଲକ୍ଷେ୍ନø, ଅହମଦାବାଦ ଏବଂ ଜୟପୁର । ଏହି ଷ୍ଟାଡିୟମର ଗ୍ରାଉଣ୍ଡ ଷ୍ଟାଫ ଏବଂ କ୍ୟୁରେଟରମାନଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ । ତେବେ ଚଳିତବର୍ଷ ଅତିରିକ୍ତ ଆୟୋଜକ ଭାବରେ ଗୌହାଟୀ, ବିଶାଖାପଟନମ୍ ଏବଂ ଧର୍ମଶାଳା ସାମିଲ ହୋଇଥିଲେ । ଗୌହାଟୀ ରାଜସ୍ଥାନ ରୋୟଲ୍ସର ଦ୍ୱିତୀୟ ଘରୋଇ ଷ୍ଟାଡିୟମ ଥିବା ବେଳେ ବିଶାଖାପଟନମ୍ ଦିଲ୍ଲୀ ଏବଂ ଧର୍ମଶାଳାକୁ ପଞ୍ଜାବ ନିଜର ଦ୍ୱିତୀୟ ହୋମ୍ ଗ୍ରାଉଣ୍ଡ ଭାବରେ ଚୟନ କରିଥିଲା । ତେଣୁ ଏହି ଷ୍ଟାଡିୟମର ଗ୍ରାଉଣ୍ଡ ଷ୍ଟାଫ ଏବଂ କ୍ୟୁରେଟରମାନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିବ ବିସିସିଆଇ ।

Get real time updates directly on you device, subscribe now.