fbpx
BSKY
BJD MC SKY
BJD YOUTH SKY

BCCIର ବଡ଼ ଘୋଷଣା: ବିଶ୍ୱକପ ମ୍ୟାଚରେ ଫୁଟିବନି ବାଣ, ବାୟୁ ପ୍ରଦୂଷଣ କାରଣରୁ ନିଆଗଲା ନିଷ୍ପତ୍ତି

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ ଧୀରେଧୀରେ ଆଗକୁ ବଢ଼ୁଛି । ଏହା ମଧ୍ୟରେ ଭାରତ ୬ଟି ମ୍ୟାଚରୁ ୬ଟିରେ ଜିତି ୧୨ ପଏଣ୍ଟ ପାଇ ସେମିଫାଇନାଲରେ ନିଜର ସ୍ଥାନ ଏକପ୍ରକାର ସୁରକ୍ଷିତ କରି ସାରିଛି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ପରି କିଛି ଟିମ ଏବେ ବି ଏଥିପାଇଁ ସଂଘର୍ଷ କରୁଛନ୍ତି । ତେବେ ଏହା ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ।

ସୂଚନା ମୁତାବକ, ବିଶ୍ୱକପ ମ୍ୟାଚରେ ବାଣ ଫୁଟାଇବାକୁ ନେଇ କଟକଣା ଲାଗୁ କରାଯାଇଛି । ଏନେଇ ବିସିସିଆଇ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ଅବଗତ କରାଯାଇଛି । ଦିଲ୍ଲୀ ଓ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚରେ ବାଟ ନ ଫୁଟାଇବାକୁ ନିଷ୍ପତ୍ତି ନିଆଯାଇଛି । ନଭେମ୍ବର ୨ରେ ଭାରତ- ଶ୍ରୀଲଙ୍କା ମଧ୍ୟରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଓ ୬ ତାରିଖରେ ବାଂଲାଦେଶ-ଶ୍ରୀଲଙ୍କା ମଧ୍ୟରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମ୍ୟାଚ ଅନୁଷ୍ଠିତ ହେବ ।

ତେବେ ଖରାପ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) କାରଣରୁ ଏହି ଦୁଇ ସହରରେ ଅନୁଷ୍ଠିତ ମ୍ୟାଚରେ ବାଣ ଫୁଟାଇବାକୁ ନିଷେଧ କରାଯାଇଛି । ଦିଲ୍ଲୀ ଓ ମୁମ୍ବାଇ ସହରର ବାୟୁ ପ୍ରଦୂଷଣକୁ ନେଇ ବିସିସିଆଇ ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନେଇଛି । ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଗୁରୁତ୍ୱ ଦେବା ପାଇଁ ବିସିସିଆଇ ଏହି ପଦକ୍ଷେପ ଗ୍ରହଣ କରିଛି । ଦିଲ୍ଲୀର ବାୟୁର ମାନ ଅତ୍ୟନ୍ତ ଖରାପ ସ୍ତରରେ ରହିଥିବା ଜଣାପଡ଼ିଥିଲା । ସେହି ବାୟୁକୁ ଶ୍ୱାସକ୍ରିୟାରେ ଗ୍ରହଣ କରିବା ଫଳରେ ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

Get real time updates directly on you device, subscribe now.