fbpx

‘ନିଜ ଜୀବନସାଥୀ ସହ Sex କରିବାକୁ ମନା କରିଦେବା ଏକ ମାନସିକ ନିଷ୍ଠୁରତା’: ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

Advertisement

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଦିନ ଛାଡପତ୍ର ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ଏହି ମାମଲାରେ ସ୍ୱାମୀ ତା ସ୍ତ୍ରୀ ଠାରୁ ଛାଡପତ୍ର ନେବାକୁ ଚାହୁଁଥିଲା । ଛାଡପତ୍ରର କାରଣ ହେଉଛି ସ୍ତ୍ରୀ ତା ସ୍ୱାମୀକୁ ଘରଜ୍ୱାଇଁ କରି ରଖିବାକୁ ଚାହୁଁଥିଲା ଏବଂ ତା ସହ କୌଣସି ଶାରୀରିକ ସଂପର୍କ ରଖୁନଥିଲା । ଏଥିରେ ଅଦାଲତ କହିଛି ଯେ, ସ୍ୱାମୀ ବା ସ୍ତ୍ରୀଙ୍କ ଦ୍ୱାରା ନିଜ ଜୀବନସାଥୀ ସହ ସେକ୍ସ କରିବାକୁ ମନା କରିଦେବା ଏକ ମାନସିକ ନିଷ୍ଠୁରତା ଅଟେ ।

ଅଦାଲତ ପୁଣି କହିଛନ୍ତି ଯେ, ଜୀବନସାଥୀ ସହ ଶାରିରୀକ ସଂପର୍କ ରଖିବାକୁ ମନା କରିଦେବା ଏକ ମାନସିକ ନିଷ୍ଠୁରତା, ହେଲେ ଏହାକୁ କ୍ରୁରତା ଆମେ ସେତିକି ବେଳେ କହିପାରିବା ଯେତେବେଳେ ସାଥୀ ବହୁ ସମୟ ଧରି ଜାଣିଶୁଣି ଏପରି କରିଛି । ଏହି ମାମଲାରେ ଏପରି ନୁହେଁ ଯେ, ସ୍ୱାମୀଙ୍କ ସପକ୍ଷରେ ନିମ୍ନ ଅଦାଲତର ନିଷ୍ପତ୍ତିକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ଯେଉଁଥିରେ ସେ ଉଭୟଙ୍କ ଛାଡପତ୍ରକୁ ଅନୁମୋଦନ କରିଛନ୍ତି ।

ଅଦାଲତ କହିଛନ୍ତି ଯେ, ଏହା ଏକ ସମ୍ବେଦନଶୀଳ ମାମଲା । ଦମ୍ପତ୍ତିଙ୍କ ମଧ୍ୟରେ ମନମନାନ୍ତର ଏବଂ ବିଶ୍ୱାସର ଅଭାବକୁ ମାନସିକ ନିଷ୍ଠୁରତା ବୋଲି କୁହାଯାଇପାରିବନି । ସ୍ୱାମୀ ସ୍ତ୍ରୀ ଦ୍ୱାରା ମାନସିକ ନିଷ୍ଠୁରତାର କାରଣ ପାଇଁ ଛାଡପତ୍ର ମାଗିଛନ୍ତି ଏବଂ ଅଭିଯୋଗ କରିଛନ୍ତି ଯେ, ତାଙ୍କର ଶଶୁର ଘରେ ରହିବାରେ କୌଣସି ଅସୁବିଧା ନଥିଲା କିନ୍ତୁ ସେ ଚାହୁଁଥିଲେ ସ୍ୱାମୀ ତାଙ୍କ ବାପ ଘରେ ଘରଜ୍ୱାଇଁ ହୋଇ ରୁହନ୍ତୁ ବୋଲି । ଏହି ଦୁଇ ଜଣଙ୍କ ବିବାହ ୧୯୯୬ ମସିହାରେ ଦିନ୍ଦୁ ପରମ୍ପରା ଅନୁଯାୟୀ ହୋଇଥିଲା । ୧୯୯୮ ମସିହାରେ ଦମ୍ପତ୍ତିଙ୍କର ଗୋଟିଏ ଶିଶୁ ଜନ୍ମ ନେଇଥିଲା ।

ଅଦାଲତ କହିଛନ୍ତି ଯେ, ଏହିପରି ଅଭିଯୋଗ କେବଳ ଅସ୍ପଷ୍ଟ ବିବୃତ୍ତି ଆଧାରରେ ପ୍ରମାଣିତ କରାଯାଇ ପାରିବ ନାହିଁ । ଖାସକରି ସେତିକି ବେଳେ ଯେଉଁ ସମୟରେ ବିବାହ ବିଧିବଦ୍ଧ ଭାବେ ସଂପନ୍ନ ହୋଇଛି । ମାନିସିକ ନିଷ୍ଠୁରତାକୁ ପ୍ରମାଣିତ କରିବା ପାଇଁ ସ୍ତ୍ରୀ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ଏବଂ ବର୍ତ୍ତମାନ ଏହି ମାମଲା କେବଳ ବୈବାହିକ ବନ୍ଧନରେ ମନମନାନ୍ତର ମାମଲା ଅଟେ ।

Get real time updates directly on you device, subscribe now.