ଦିନିକିଆ ସିରିଜ ଘୋଷଣା କଲା BCCI, ମୈଦାନକୁ ଓହ୍ଲାଇବେ ବିରାଟ୍-ରୋହିତ୍ ଯୋଡ଼ି
2026 ରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା 3 ଟି ଦିନିକିଆ ଏବଂ 5 ଟି ଟି-20 ମ୍ୟାଚର କ୍ରୀଡାସୂଚୀ ଜାରି କଲା BCCI ।
ନୂଆଦିଲ୍ଲୀ: 2026 ରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା 3 ଟି ଦିନିକିଆ ଏବଂ 5 ଟି ଟି-20 ମ୍ୟାଚର କ୍ରୀଡାସୂଚୀ ଜାରି କଲା BCCI । ଏହି ସିରିଜ୍ ଜାନୁଆରୀ 11 ରୁ ଜାନୁଆରୀ 31 ପର୍ଯ୍ୟନ୍ତ 8 ଟି ସହରରେ ଅନୁଷ୍ଠିତ ହେବ। ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ବର୍ଷ ହେବାକୁ ଥିବା ICC T20 ବିଶ୍ୱକପ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ ସହିତ ତାର ପ୍ରସ୍ତୁତି ଆରମ୍ଭ କରିବ।
ତେବେ ଏହି ସିରିଜରେ ପୁଣି ଥରେ ବିରାଟ୍-ରୋହିତଙ୍କ ଯୋଡ଼ିକୁ ଦେଖିବାକୁ ପାଉବେ ପ୍ରଶଂସକ । ରୋହିତ ଶର୍ମା ଏବଂ ବିରାଟ କୋହଲି ୱାନ୍ ଡେ ମ୍ୟାଚ୍ ଖେଳିବାର ଦେଖାଯିବେ । ବିସିସିଆଇ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକଦିବସୀୟ ଏବଂ T20 ସିରିଜର କାର୍ଯ୍ୟସୂଚୀ ପ୍ରକାଶ କରିଛି। ନ୍ୟୁଜିଲ୍ୟାଣ୍ଡ ଦଳ 3 ଟି ଦିନିକିଆ ଏବଂ 5 ଟି 20 ସିରିଜ୍ ଖେଳିବା ପାଇଁ ଭାରତ ଗସ୍ତ କରିବ।
ନ୍ୟୁଜିଲ୍ୟାଣ୍ଡ ଦଳ ଆସନ୍ତା ବର୍ଷ ଭାରତ ଗସ୍ତ କରିବାକୁ ଯାଉଛି। ଏହି ଦ୍ୱିପାକ୍ଷିକ ସିରିଜ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଏହି ସିରିଜ୍ ଜାନୁଆରୀ 11 ରୁ ଆରମ୍ଭ ହୋଇ ଜାନୁଆରୀ 31, 2026 ଯାଏଁ ଖେଳାଯିବ । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ପାଇଁ 8 ଟି ଭିନ୍ନ ଭିନ୍ନ ସହର ଚୟନ କରାଯାଇଛି।
ରୋହିତ ଏବଂ ବିରାଟ ଖେଳିବେ!
ଇଂଲଣ୍ଡ ଗସ୍ତ ପୂର୍ବରୁ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ, ପ୍ରତ୍ୟେକ ପ୍ରଶଂସକ ଜାଣିବାକୁ ଚାହୁଁଥିଲେ ଯେ ରୋହିତ ଶର୍ମା ଏବଂ ବିରାଟ କୋହଲି କେବେ ଖେଳିବେ। ଉଭୟ ଟି-20 ପୂର୍ବରୁ ଅବସର ନେଇଥିଲେ, ଯାହାର ଅର୍ଥ ହେଉଛି ଯେ ଏବେ ଏହି ଯୋଡ଼ି କେବଳ ଦିନିକିଆରେ ଖେଳିବାର ଦେଖାଯିବ। ଆସନ୍ତା ବର୍ଷ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ 3ଟି ଦିନିକିଆ ଖେଳାଯିବାକୁ ଅଛି ଏବଂ ବିରାଟ କୋହଲି ସେଥିରେ ରୋହିତଙ୍କ ସହିତ ଖେଳିବା ଆଶା କରାଯାଉଛି। ପାକିସ୍ତାନରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ, ରୋହିତ ଶର୍ମା ପ୍ରଥମ ଥର ପାଇଁ ଦିନିକିଆରେ ଅଧିନାୟକତ୍ୱ କରିପାରନ୍ତି।
ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଭଦୋଦରାରୁ ଆରମ୍ଭ ହେବ। ଦ୍ୱିତୀୟ ମ୍ୟାଚ୍ ରାଜକୋଟରେ ଏବଂ ଶେଷ ଦିନିକିଆ ମ୍ୟାଚ୍ ଇନ୍ଦୋରରେ ଖେଳାଯିବ। ଏହା ପରେ, ନାଗପୁର, ରାୟପୁର, ଗୌହାଟୀ, ଭାଇଜାଗ ଏବଂ ତ୍ରିବେନ୍ଦ୍ରମରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ।