ମହିଳା ଟି-୨୦ ଚାଲେଞ୍ଜ କ୍ରିକେଟ୍‌ -୨୦୨୨: ଟାଇଟଲ୍‌ ପୃଷ୍ଠପୋଷକ ଅଧିକାର ପାଇଁ ଟେଣ୍ଡର ଆହ୍ୱାନ

ମୁମ୍ବାଇ: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ମହିଳା ଟି-୨୦ ଚାଲେଞ୍ଜ କ୍ରିକେଟ ପାଇଁ ଟାଇଟଲ ପୃଷ୍ଠପୋଷକ ଅଧିକାର ପାଇଁ ଗୁରୁବାର ଦିନ ବିସିସିଆଇ ପକ୍ଷରୁ କୋଟେସନ ଆହ୍ୱାନ କରା ଯାଇଛି । ଆସନ୍ତା ମେ ମାସ ୪ ତାରିଖ ପର୍ଯ୍ୟନ୍ତ ଟେଣ୍ଡର ଡକୁବେଣ୍ଟସ କ୍ରୟ କରିବା ପାଇଁ ବିସିସିଆଇ ପକ୍ଷରୁ ଦିନ ଧାର୍ଯ୍ୟ କରା ଯାଇଛି । ଏଥିପାଇଁ ଆଗ୍ରହୀ ସଂସ୍ଥା ୧ଲକ୍ଷ ଟଙ୍କା (ଅଣଫେରସ୍ତ ରାଶି) ପଇଠ କରି ଟେଣ୍ଡର ପେପର ଓ ଅନ୍ୟ ସମସ୍ତ ତଥ୍ୟ ପାଇ ପାଇ ପାରିବେ । ତେବେ ବିସିସିଆଇ ଧାର୍ଯ୍ୟ କରିଥିବା ସମସ୍ତ ଟର୍ମ ଓ କଣ୍ଡିସନ ପୂରଣ କରିବା ସଂସ୍ଥାକୁ ଏହି ଟାଇଟଲ ପୃଷ୍ଠପୋଷକ ଅଧିକାର ମିଳିବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆ ଯାଇଛି । ତେଣୁ ବିସିସିଆଇ ଯେ କୌଣସି ଟେଣ୍ଡର ପେପରକୁ ବାତିଲ କିମ୍ବା ସଂଶୋଧନ କରିବା ଅଧିକାର ଅଛି ବୋଲି ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରା ଯାଇଛି ।

Get real time updates directly on you device, subscribe now.