fbpx

କୋଲକାତାରେ ୪୦ କୋଟିର ବିଳାସପୂର୍ଣ୍ଣ ବଙ୍ଗଳା କିଣିଲେ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବେ କୋଲକାତାରେ ନିଜ ନୂଆ ବଙ୍ଗଳା କିଣିଛନ୍ତି । ସୌରଭ ଗାଙ୍ଗୁଲି ଓ ତାଙ୍କ ପରିବାର ନିଜ ୪୮ ବର୍ଷର ପୁରୁଣା ପୈତୃକ ଘର ଛାଡ଼ି କୋଲକାତାରେ ଏକ ନୂଆ ବଙ୍ଗଳାରେ ରହୁଛନ୍ତି ।

बीसीसीआई अध्यक्ष सौरव गांगुली ने कोलकाता में खरीदा 40 करोड़ का आलीशान बंगला

ପୂର୍ବତନ ଭାରତୀୟ କ୍ରିକେଟର ଅଧିନାୟକ ସୌରଭ ଗାଙ୍ଗୁଲି ୪୦ କୋଟି ଟଙ୍କା ଖର୍ଚ୍ଚ କରି ନୂଆ ଘର କିଣିଛନ୍ତି । ଗାଙ୍ଗୁଲି କହିଛନ୍ତି ଯେ, ‘ମୁଁ ନିଜ ନୂଆ ଘରକୁ ନେଇ ବହୁତ ଖୁସି । ପରିବାର ସହ ରହିବା ଖୁବ୍ ମଜାଦାର । କିନ୍ତୁ ସବୁଠାରୁ କଷ୍ଟଦାୟକ କାମ ସେହି ସ୍ଥାନକୁ ଛାଡ଼ିବା, ଯେଉଁଠାରେ ମୁଁ ୪୮ ବର୍ଷରୁ ରହୁଆସୁଛି ।’

ଟେଲିଗ୍ରାଫ ଅନୁସାରେ, ଗାଙ୍ଗୁଲିଙ୍କ ନୂଆ ସମ୍ପତ୍ତି ୨୩.୬ କାଟାର ଏକ ପ୍ଲଟ ଉପରେ ରହିଛି । ଏହା ଲୋୟର ରୋଡେନ ଷ୍ଟ୍ରିଟରେ ରହିଛି । ସୌରଭଙ୍କ ଭବ୍ୟ ଓ ନୂଆ ସମ୍ପତ୍ତି ରାସ୍ତା ପାଶ୍ୱର୍ରେ ରହିଛି । ଘର ବଦଳାଇ ସୌରଭ ୨ଟି ସୁବିଧା ପାଇପାରିେବେ । ପ୍ରଥମେ, ତାଙ୍କ ନୂଆ ଘର ସହରର ମଝିରେ ରହିଛି । ଫଳରେ ସୌରଭ ନିଜ ଘରକୁ କେବେ ବି ଯାଇ ଆସି ପାରିବେ । ଏହା ବ୍ୟତୀତ ରୋଡେନ ଷ୍ଟ୍ରିଟ ଅଞ୍ଚଳ ବହୁତ ଶାନ୍ତ ଓ ସୁସଜ୍ଜିତ । ସୌରଭ ନିଜ ନୂଆ ଘରକୁ ନେଇ ଖୁସି ଥିବା ବେଳେ ପୈତୃକ ଘରକୁ ଛାଡ଼ିବାକୁ ନେଇ ଭାବୁକ ହୋଇଛନ୍ତି ।

Get real time updates directly on you device, subscribe now.