fbpx

ବାପାଙ୍କ ପାସବୁକ୍ ନେଇ ବ୍ୟାଙ୍କରେ ପହଞ୍ଚିଲା ପୁଅ, ଏତେ ଟଙ୍କା ଦେଖି ଉଡିଲା ହୋସ୍: ବଢ଼ିଗଲା ସରକାରଙ୍କ ଚିନ୍ତା

ଭାଗ୍ୟ କେତେବେଳେ କାହା ମୁଣ୍ଡ ଉପରେ ସୁନା କଳସି ଢାଳିବ, ତାହା କିଏ ବା ଜାଣିଛି । ଆଜି ଯିଏ ଦାଣ୍ଡର ଭିକାରି, କାଲି ସେ କୋଟିପତି । ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଟଙ୍କା ମିଳିବା ପରେ ଜଣେ ବ୍ୟକ୍ତି ରାତାରାତି ମାଲାମାଲ୍ ହୋଇଛନ୍ତି । କିନ୍ତୁ ଏହାକୁ ନେଇ ସରକାରଙ୍କ ସମସ୍ୟା ବଢ଼ିଯାଇଛି ।

ଚେଲିରେ ଏକ ପୁରୁଣା ବ୍ୟାଙ୍କ ଷ୍ଟେଟମେଣ୍ଟ ସେଠାକାର ସରକାରଙ୍କ ଚିନ୍ତାକୁ ବଢ଼ାଇ ଦେଇଛି । ସୂଚନା ଅନୁସାରେ, ହିନୋଜୋସା ନାମକ ଜଣେ ବ୍ୟକ୍ତି ନିଜ ପିତାଙ୍କ ପୁରୁଣା ବାକ୍ସରୁ ୧୯୬୦-୭୦ ବର୍ଷର ପୁରୁଣା ପକ୍ୱୁକ୍ ପାଇଥିଲେ । ସେହି ପାସବୁକ୍ ହିସାବରେ ପିତାଙ୍କ ଆକାଉଣ୍ଟରେ ୧,୪୦,୦୦୦ ଟଙ୍କା ଅଛି । ସେ ନିଜର ଏକ ସୁନ୍ଦର ଘର ତୋଳିବାକୁ ଟଙ୍କା ସଞ୍ଚୟ କରୁଥିଲେ । କିନ୍ତୁ ସେହି ସମୟରେ ତାଙ୍କର ମୃତ୍ୟୁ ହୋଇଗଲା ଓ ଘରେ କାହାକୁ ତାଙ୍କ ପାସବୁକ ସମ୍ବନ୍ଧରେ ଜଣାନଥିଲା ।

ଅନେକ ବର୍ଷ ପର୍ଯ୍ୟନ୍ତ ପାସବୁକଟି ବାକ୍ସରେ ବନ୍ଦ ଥିଲା । ଏବେ ସେହି ବାକ୍ସ ଖୋଲିବାରୁ ହିନୋଜୋସାଙ୍କୁ ସେହି ପାସବୁକଟି ମିଳିଛି । ପାସବୁକରେ ୧୪୦,୦୦୦ ବା ୧୬୩ ଆମେରିକୀୟ ଡଲାର ଥିଲା । ସୁଧ ସହ ଆଜିର ତାରିଖକୁ ମିଶାଇଲେ ଏହି ଯଙ୍କା ପାଖାପାଖି ୧ ବିଲିଅନ ଟଙ୍କା ଅର୍ଥାତ୍ ୧୦୨ ମିଲିୟର ଡଲାରରୁ ଅଧିକ ହେଉଛି ।

କିନ୍ତୁ ହିନୋଜୋସା ପାସବୁକ୍ ନେଇ ବ୍ୟାଙ୍କ ପହଞ୍ଚିବାରୁ ବ୍ୟାଙ୍କ ଏହି ଟଙ୍କା ଦେବାକୁ ମନା କରିଥିଲା । ପାସବୁକ୍ ଆଧାରରେ ହିନୋଜୋସା ନିଜ ପିତାଙ୍କ ଟଙ୍କା ନେବାକୁ ଦାବି କରିଥିଲେ । ପରେ ହିନୋଜୋସା ଏହାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲା ବଢ଼ିବାରୁ ଏହା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଛି । ହିନୋଜୋସା ଓ ସରକାରଙ୍କ ବିରୋଧରେ ଏବେ ଆଇନଗତ ଲଢେଇ ଚାଲିଛି । ହିନୋଜୋସା ନିଜ ପିତାଙ୍କ ଗୋଟିଏ ଗୋଟିଏ ଟଙ୍କା ନେବେ ବୋଲି ଦାବି କରିଛନ୍ତି ।

Get real time updates directly on you device, subscribe now.