fbpx

ଜେଲରେ ଗୋଟିଏ ବର୍ଷ କ’ଣ କରିବେ ସିଦ୍ଧୁ, ଜାଣନ୍ତୁ କିପରି ରହିବ ଦୈନିକ ରୁଟିନ୍

ପଟିଆଲା: ଗୋଟିଏ ଦିନରେ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ପଞ୍ଜାବ କଂଗ୍ରେସ ପୁର୍ବତ୍ତନ ସଭାପତି ନବଜୋତ ସିଂ ସିଦ୍ଧୁ ପଟିଆଲା କୋର୍ଟରେ ଦୈନିକ ୩୦ରୁ ୯୦ ଟଙ୍କା ରୋଜଗାର କରିପାରିବେ। କେବଳ ଏତିକି ନୁହେଁ ଜେଲରେ ପ୍ରଥମ ତିନି ମାସ ତାଙ୍କୁ ବିନା ବେତନରେ ବିତାଇବାକୁ ପଡ଼ିବ । ଏହାର ଅର୍ଥ ଯେ, ଏହି ତିନି ମାସ ସିଦ୍ଧୁ ଜେଲରେ କାମ କରିବେ କିନ୍ତୁ ତାଙ୍କୁ କୌଣସି ପାରିଶ୍ରମିକ ମିଳିବ ନାହିଁ ।

ବାସ୍ତବରେ ଜେଲ ନିୟମ ଅନୁଯାୟୀ କଠୋର କାରାବସ ସଜା ପାଇଥିବା ସିଦ୍ଧୁଙ୍କୁ ଅକୁଶଳ ଭାବରେ ଗଣନା କରାଯାଉଛି । ତେଣୁ ଆରମ୍ଭ ତିନି ମାସରେ ସେ ପ୍ରଶିକ୍ଷଣ ନେବେ ଏବଂ କାମ ପାଇଁ କୌଣସି ପାରିଶ୍ରମିକ ପାଇବେ। ସେହିପରି ଜେଲରେ ସିଦ୍ଦୁଙ୍କ ଲାଇଫଷ୍ଟାଇଲରେ ମଧ୍ୟ ପରିବର୍ତ୍ତନ ଆସିବ । ନିଜର ରଙ୍ଗିନ ପୋଷାକ ଛାଡ଼ି ସିଦ୍ଦୁ ଏବେ ଧଲା ପୋଷକ ପିନ୍ଧିବାକୁ ପଡ଼ିବ ।

ତେବେ ସିଦ୍ଧୁ ପାଠପଢ଼ିଥିବାରୁ ତାଙ୍କୁ ଫ୍ୟାକ୍ଟ୍ରିରେ କାମ ଦିଆଯାଇପାରେ । ଯେଉଁଠାରେ ଫର୍ଣ୍ଣିଚର ତିଆରି ହୋଇଥାଏ । ଏହାବାଦ୍ ତାଙ୍କୁ ଜେଲର ଲାଇବ୍ରୋରୀ କିମ୍ବା ଅଫିସରେ କୌଣସି କାମ ମିଳିପାରେ । ପ୍ରଥମ ତିନି ମାସ ସିଦ୍ଧୁଙ୍କୁ ଅର୍ଦ୍ଧକୁଶଳୀ କଏଦୀ ଭାବରେ ଭାବରେ ଧରାଯିବ । ଏହି ସମୟରେ ତାଙ୍କୁ ୩୦ ଟଙ୍କା ପାରିଶ୍ରମିକ ମିଳିବ । ଏହା ପରେ କୁଶଳୀ କଏଦୀ ହେବା ପରେ ତାଙ୍କୁ ୯୦ ଟଙ୍କା ପାରିଶ୍ରମିକ ମିଳିବ ।

ତେବେ ସିଦ୍ଧୁଙ୍କୁ ଜେଲରେ ଏକ ନିର୍ଦ୍ଧାରିତ ରୁଟିନ୍ ପାଳନ କରିବାକୁ ପଡ଼ିବ । ଭୋର ୫ଟରୁ ସିଦ୍ଦୁଙ୍କ ଦିନ ଆରମ୍ଭ ହେବ । ଏହାପରେ ୭ଟା ସମୟରେ ତାଙ୍କୁ ଚା ସହ ବିସ୍କୁଟ୍ କମ୍ବା କଳାଚଣା ମିଳିବ । ସକାଳ ସାଢ଼େ ୮ଟାରେ ତାଙ୍କୁ ସକାଳ ଜଳଖିଆରେ ରୁଟୀ, ଡାଲି, ତରକାରୀ ମିଳିବ । ଏହାପରେ ସେ ଜେଲ କଏଦୀଙ୍କ ପରି କାମକୁ ବାହାରିଯିବେ । ସାଢ଼େ ୫ଟାରେ ତାଙ୍କର କାମରୁ ଛୁଟି ହେବ । ସନ୍ଧ୍ୟା ୬ଟା ସମୟରେ ରାତି ଖାଇବା ମିଳିବ ଏବଂ ୭ଟାରେ ଅନ୍ୟ କଏଦୀଙ୍କ ପାରି ତାଙ୍କୁ ବାରାକରେ ବନ୍ଦି କରିଦିଆଯିବ ।

ତେବେ ସୂଚନା ମୁତାବକ ନିୟମ ଅନୁଯାୟୀ ସିଦ୍ଦୁଙ୍କୁ ବର୍ତ୍ତମାନ ଚାରି ମାସ ଜେଲରେ କଟାଇବାକୁ ପଡ଼ିବ । ଏହି ସମୟରେ ଯଦି ତାଙ୍କର ବ୍ୟବହାର ଭଲ ରୁହେ, ତେବେ ତାଙ୍କୁ ପାରୋଲ ପାଇଁ ସୁପାରିସ ମିଳିପାରେ । ପାରୋଲରେ ତାଙ୍କୁ ୨୮ ଦିନ ପର୍ଯ୍ୟନ୍ତ ଛୁଟି ମିଳିପାରେ ।

 

Get real time updates directly on you device, subscribe now.