fbpx

(Video) ଭାରତକୁ ପାକିସ୍ତାନ ସହ ତୁଳନା କଲେ ରାହୁଲ ଗାନ୍ଧୀ: ଲଣ୍ଡନରେ କହିଲେ- ‘ଭାରତ ଆଉ ଭଲ ଦେଶ ନୁହେଁ’

ନୂଆଦିଲ୍ଲୀ: ଭାରତକୁ ପାକିସ୍ତାନ ସହ ତୁଳନା କରିଛନ୍ତିି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହା ସହ ସେ ପୁଣି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାହା କଥା ଶୁଣୁନାହାନ୍ତି । ଭାରତର ଗଣତସ୍ତ୍ର ଏବେ ବିପଦରେ ଅଛି, ଯେଉଁଠାରେ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ଉପରେ ଲାଗାତାର ଆକ୍ରମଣ କରାଯାଉଛି ।

ତେବେ ଲଣ୍ଡନରେ ରାହୁଲ ଗାନ୍ଧୀଙ୍କ ଏହି ବୟାନ ଏବେ ସାମ୍ନାକୁ ଆସିଛି, ଯେଉଁଠାରେ ସେ ଭାରତକୁ ପାକିସ୍ତାନ ସହ ତୁଳନା କରି ମୋଦୀଙ୍କ ଟାଗେର୍ଟ କରିଥିଲେ । ‘ଆଇଡିଆ ଫ୍ ଇଣ୍ଡିଆ’ କନକ୍ଲେଭରେ ବୟାନ ଦେଇ ରାହୁଲ କହିଥିଲେ ଯେ, ଭାରତରେ ମିଡିଆ ଏକତରଫା ହୋଇ କାମ କରୁଛନ୍ତି ।

ମୋଦୀଙ୍କ ବିରୋଧ କରି ସେ ଆହୁରି କହିଛନ୍ତି ଯେ, ବିଜେପି ସମଗ୍ର ଦେଶରେ କିରୋସିନି ବିସ୍ତାର କରିଛି । ଏଥର ରାଜ୍ୟଗୁଡ଼ିକର ଶକ୍ତି କମ୍ କରିବାକୁ ଇଡି, ସିବିଆଇର ଖୁବ୍ ବ୍ୟବହାର କରାଯାଉଛି । ଭାରତର ଧ୍ୱନିକୁ ଦବାଯାଉଛି । ଅନ୍ୟପଟେ ରାହୁଲ ବିଦେଶ ଯାଇ ଦେଶକୁ ଅପମାନ କରୁଥିବା ବିଜେପି କହିଛି ।

Get real time updates directly on you device, subscribe now.