fbpx

ଜେଏନୟୁ ପୁଣି ଲଜ୍ଜିତ: ବନ୍ଧୁତ୍ୱ କରିବା ବାହାନାରେ କଫି ହାଉସ୍ ପଛରେ ଦୁଷ୍କର୍ମ

ନୁଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) ପରିସରରେ ଏମସିଏ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା ସମ୍ନାକୁ ଆସିଛି । ବସନ୍ତ କୁଞ୍ଜ ଉତ୍ତର ଥାନାରେ ପିଡ଼ିତାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ଝାଡ଼ଖଣ୍ଡର ମୂଳ ବାସିନ୍ଦା ୩୧ ବର୍ଷିୟ ହିମାଂଶୁ ରଞ୍ଜନ । ସେ ମଧ୍ୟ ଜେଏନୟୁରେ ଭଷା ବିଭାଗରେ ଅଧ୍ୟୟନ କରନ୍ତି ଏବଂ ମୁନିରକାରେ ଭଡ଼ାରେ ରୁହନ୍ତି ।

ପୀଡିତା ପୋଲିସକୁ ଦେଇଥିବା ଅଭିଯୋଗରେ କୁହାଯାଇଛି ଯେ ପୀଡିତା ଜଣକ ଜେଏନୟୁରେ ଏମସିଏର ଛାତ୍ରୀ ଏବଂ ହଷ୍ଟେଲରେ ରୁହନ୍ତି। ସେ ଏକ କମ୍ପାନୀରେ ଇଣ୍ଟର୍ନସିପ୍ କରୁଛନ୍ତି । ସେ ଇନଷ୍ଟାଗ୍ରାମରେ ଅଫିସ୍ ର ଫଟୋ ରଖିଥିଲେ । ଏହି କାରଣରୁ ଅଭିଯୁକ୍ତ ଯୁବକଙ୍କ ସହ ତାଙ୍କର ପରିଚୟ ହୋଇଥିଲେ।

ପିଡ଼ିତା କହିଛନ୍ତି ଯେ ହିମାଂଶୁ ତାଙ୍କୁ ପ୍ରଥମେ ଇନଷ୍ଟଗ୍ରାମରେ ମେସେଜ କରି ସେ ମଧ୍ୟ ଜେଏନୟୁର ଛାତ୍ର ବୋଲି କହିଥିଲେ । ତାଙ୍କର ଚାକିରି କରେଇ ଦେବା ଲାଗି ଅନୁରୋଧ କରିଥିଲେ । ଏଭଳି ବାହାନା କରି ସେ ତାଙ୍କ ସହ ଚାଟ କରିଥିଲା ଏବଂ ପରେ ମୋବାଇଲ ନମ୍ବର ନେଇ କଥା ହୋଇଥିଲା ।

ମେ ୧୪ ତାରିଖରେ କଲେଜ କ୍ୟାମ୍ପସ ପରିସରରେ ଥିବା ଇଣ୍ଡିଆ କଫି ହାଉସ୍ ପାଖକୁ ଡାକିଥିଲା । ପ୍ରଥମେ ସେ କିଛି ସମୟ ଚାକିରି, ପାଠପଢ଼ା ବିଷୟରେ କଥା ହୋଇ ବନ୍ଧୁତ କରିବା ବିଷୟରେ କଥା ହୋଇଥିଲେ । ପିଡ଼ିତା ଏହାର ବିରୋଧ କରିବାରୁ ସେ ତାଙ୍କୁ ଇଣ୍ଡିଆ କଫି ହାଉସ୍ ପଛକୁ ନେଇ ଅନ୍ଧାରରେ ଦୁଷ୍କର୍ମ କରିଥିଲା । ଏହି ସମୟରେ ସେ ପିଡ଼ିତାଙ୍କର ମୋବାଇଲ ମଧ୍ୟ ଛଡ଼ାଇ ନେଇଥିଲା । ପରେ ପିଡ଼ିତା ଅନ୍ୟ କାହା ସାହାଯ୍ୟରେ ପୋଲିକୁ ସୂଚନା ଦେଇଥିଲେ ।

 

 

Get real time updates directly on you device, subscribe now.