fbpx

PPFରେ ନିବେଶ ସୀମା ହେବ ଦ୍ୱିଗୁଣ! ବିନା ଟ୍ୟାକ୍ସ ସହ ରିଟର୍ଣ୍ଣ ବି ମିଳିବ, ଜାଣନ୍ତୁ ଜବରଦସ୍ତ ଟ୍ରିକ୍

ନୂଆଦିଲ୍ଲୀ: ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ବା PPF ହେଉଛି ନିବେଶର ଏକ ଜବରଦସ୍ତ ମାଧ୍ୟମ, ଯାହା ମାଧ୍ୟମରେ ଭ ରିଟର୍ଣ୍ଣ ବି ମିଳିଥାଏ ।ଏହା E-E-E ବର୍ଗରେ ଆସୁଥିବା ନିବେଶ, ଅର୍ଥାତ୍ ନିବେଶ, ସୁଧ ଓ ମ୍ୟାଚୁରିଟୀ ଆମାଉଣ୍ଟ ଉପରେ କୌଣସି ଟ୍ୟାକ୍ସ ଲାଗିବ ନାହିଁ । PPFରେ ବାର୍ଷିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ ଉପରେ ଟିକସ ଛାଡ ମିଳିବ । ଏହି କାରଣ ଯୋଗୁଁ ଲୋକମାନେ ପିପିଏଫରେ ନିବେଶ କରିବାକୁ ଇଛାପ୍ରକାଶ କରୁଛନ୍ତି । କିନ୍ତୁ ପିପିଏଫରେ ନିବେଶ କରିବାକୁ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦେବା ଉଚିତ୍, ଯାହାଫଳରେ ଆପଣ ଅଧିକ ଲାଭ ପାଇବେ ।

ପିପିଏଫରେ ନିବେଶକମାନଙ୍କୁ ନିଶ୍ଚିତ ରିଟର୍ଣ୍ଣ ସମେତ ଇନକମ୍ ଟ୍ୟାକ୍ସର ସେକ୍ସନ ୮୦ସି ଅନୁଯାୟୀ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ ଉପରେ ଆୟକର ଛାଡ ପାଇବେ । ଟିକସ ବିଶେଷଜ୍ଞଙ୍କ ଅନୁସାରେ, ଯଦି ନିବେଶକ ବିବାହିତ, ତେବେ ସେ ତାଙ୍କ ପତ୍ନୀ କିମ୍ବା ସ୍ୱାମୀଙ୍କ ନାମରେ ଏକ ପିପିଏଫ ଆକାଉଣ୍ଟ ଖୋଲି ସେଥିରେ ଆଉ ୧.୫ ଲକ୍ଷ ଟଙ୍କା ନିବେଶ କରିପାରିବେ ।

ଲାଇଫ୍ ପାର୍ଟନରଙ୍କ ନାଁରେ ପିପିଏଫ୍ ଆକାଉଣ୍ଟ ଖୋଲିବା ଦ୍ୱାରା ନିବେଶକଙ୍କ ପିପିଏଫ୍ ନିବେଶର ସୀମା ଦ୍ୱିଗୁଣିତ ହେବ । ଯଦିଓ ଆପଣଙ୍କ ଇନକମ ଟ୍ୟାକ୍ସରେ ଛାଡ ୧.୫ ଲକ୍ଷ ଟଙ୍କା ରହିବ, କିନ୍ତୁ ଏହାର ଅନେକ ସୁବିଧା ରହିଛି । ପିପିଏଫ୍ ନିବେଶର ଲିମିଟ୍ ଦ୍ୱିଗୁଣିତ ହୋଇ ୩ ଲକ୍ଷ ଟଙ୍କା ହେବ । E-E-E ବର୍ଗରେ ଆସିବା କାରଣରୁ ନିବେଶକଙ୍କୁ ପିପିଏଫର ସୁଧ ଓ ମ୍ୟାଚୁରିଟୀ ଆମାଉଣ୍ଟ ଉପରେ ଟିକସ ଛାଡ଼ ମିଳିବ । ପରିମାଣ ଉପରେ ଟିକସ ଛାଡ ପାଆନ୍ତି ।

ବିବାହିତ ଲୋକଙ୍କ ପାଇଁ ଟ୍ରିକ୍ :-

ଭବିଷ୍ୟତରେ ଯେବେ ଆପଣଙ୍କ ପାର୍ଟନରଙ୍କ ପିପିଏଫ୍ ଆକାଉଣ୍ଟ ମ୍ୟାଚୁରି ହେବ, ସେବେ ଆପଣଙ୍କ ପାର୍ଟନରଙ୍କ ପିପିଏଫ ଆକାଉଣ୍ଟରେ ଆପଣଙ୍କ ପ୍ରାରମ୍ଭିକ ନିବେଶରୁ ଆସୁଥିବା ଆୟକୁ ଆପଣଙ୍କ ଆୟରେ ବର୍ଷକୁ ବର୍ଷ ଯୋଡ଼ିଯିବ । ଏଥିପାଇଁ ଏହି ବିକଳ୍ପ ବିବାହିତ ଲୋକଙ୍କ ପିପିଏଫ୍ ଆକାଉଣ୍ଟରେ ନିଜର ଯୋଗଦାନକୁ ଦ୍ୱିଗୁଣ କରିବାକୁ ସୁଯୋଗ ଦେବ ।

Get real time updates directly on you device, subscribe now.