fbpx
BJD SKY
BJD SKY

ଏହି ବୋର୍ଡରୁ ଇସ୍ତଫା ଦେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ଜାଣନ୍ତୁ କ’ଣ ରହିଛି କାରଣ…

BJD

ନୂଆଦିଲ୍ଲୀ: ଏଟିକେ -ମୋହନ ବାଗନ ବୋର୍ଡରୁ ଇସ୍ତଫା ଦେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । କାରଣ ଆରପିଏସଜି ଭେଞ୍ଚର ଗ୍ରୁପ୍ ନୂଆ ଆଇପିଏଲ ଟିମ ଲକ୍ଷ୍ନୌକୁ କିଣିଲା । ଏହି ଗ୍ରୁପ୍ ମଧ୍ୟ ଏଟିକେ -ମୋହନ ବାଗନ ଦଳର ମାଲିକ । ଏହି ଟିମ ସଂପ୍ରତି ଇଣ୍ଡିଆନ ସୁପର ଲିଗ୍ ଖେଳୁଛି । ତେଣୁ ଏହି ଦୃଷ୍ଟିରୁ ସୌରଭ ଗାଙ୍ଗୁଲି ଏକ ସମୟରେ ବିସିସିଆଇ ସଭାପତି ଓ ଅନ୍ୟ ଏକ ସଂସ୍ଥାର କର୍ମକର୍ତ୍ତା ହୋଇ ରହିପାରିବେ ନାହିଁ । କାରଣ ତାଙ୍କ ବିରୋଧରେ କନଫ୍ଲିକ୍ଟ ଅଫ ଇଣ୍ଟ୍ରେଷ୍ଟ ଅଭିଯୋଗ ଆସିବ ।ବିସିସିଆଇ ନିୟମ ଦୃଷ୍ଟିରୁ କୌଣସି ବ୍ୟକ୍ତି ଏକ ସମୟରେ ଦୁଇଟି ପୃଥକ ସଂସ୍ଥା ସହିତ ସଂପୃକ୍ତି ହୋଇ ପାରିବେ ନାହିଁ । ଆରପିଏସଜିର ଅଧ୍ୟକ୍ଷ ସଞ୍ଜୀବ ଗୋଏଙ୍କା ଏହି ସୂଚନା ଦେଇ କହିଛନ୍ତି ଯେ ସୌରଭ ଗାଙ୍ଗୁଲି ଖୁବ ଶୀଘ୍ର ଇସ୍ତ୍ରଫା ଦେବେ ।

ସୂଚନା ଯୋଗ୍ୟ ଯେ ଆସନ୍ତା ବର୍ଷ ଲକ୍ଷ୍ନୌ ଓ ଅହମଦାବାଦ ଦୁଇ ନୂଆ ଦଳ ଆଇପିଏଲରେ ସାମିଲ ହେବେ । ନିକଟରେ ଦୁଇ ନୂଆ ଦଳ ପାଇଁ ଦୁବାଇରେ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ତେଣୁ ସୌରଭ ଗାଙ୍ଗୁଲି ଅଯଥା ବିବାଦ ଭିତରେ ନ ପଶିବା ପାଇଁ ଏଟିକେ -ମୋହନ ବାଗନ ବୋର୍ଡରୁ ଓହରି ଯିବାକୁ ପଡିବ ।

Get real time updates directly on you device, subscribe now.