fbpx

ନନ୍ଦନକାନନ ଭାଲୁ ସଫାରୀରେ ଅଘଟଣ: ଟୁରିଷ୍ଟ ଗାଇଡ୍‌ଙ୍କ ହାତକୁ ଝୁଣି ପକାଇଲା ଭାଲୁ, ଧରିଥିଲେ ଖାଦ୍ୟ ପୁଡିଆ

ବାରଙ୍ଗ, (ଭାସ୍କର ନ୍ୟୁଜ୍‌): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଭାଲୁ ସଫାରୀ ଭିତରେ ଟୁଲୁ ବେହେରା ନାମକ ଜଣେ ଅଣସ୍ୱୀକୃତ୍ରିାପ୍ତ ଟୁରିଷ୍ଟ ଗାଇଡ୍‌ଙ୍କ ହାତକୁ କାମୁଡ଼ି ଦେଇଛି ଭାଲୁ । ଟୁରିଷ୍ଟ ଗାଇଡ୍‌ଜଣକ ସଫାରୀ ବସ୍‌ରେ ବସି ଭାଲୁ ସଫାରୀରେ ବୁଲୁଥିବା ବେଳେ ପର୍ଯ୍ୟଟକଙ୍କ ଠାରୁ କିଛି ଖାଦ୍ୟ ଆଣି ଭାଲୁକୁ ଦେବା ଉଦ୍ଦେଶ୍ୟରେ ହାତ ବାହାରକୁ ବାହାର କରିଥିଲେ । ଏହି ସମୟରେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ଭାଲୁଟି ଟୁଲୁଙ୍କ ହାତକୁ ଝୁଣି ପକାଇଥିଲା । ଫଳରେ ସେ ରକ୍ତାକ୍ତ ହୋଇପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କୁ ନିଜ ଘର ଦାରୁଠେଙ୍ଗ ଗ୍ରାମକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

ପ୍ରକାଶଯୋଗ୍ୟ ବୁଧବାର ଅପରାହ୍ନ ପ୍ରାୟ ୨ଟା ବେଳେ ୩୪ ଜଣ ପର୍ଯ୍ୟଟକଙ୍କୁ ଧରି ଏକ ବସ୍‌ ବାଘ ସଫାରୀ ଓ ସିଂହ ସଫାରୀ ପରିକ୍ରମା କରିବା ପରେ ଭାଲୁ ସଫାରୀ ଭିତରେ ପ୍ରବେଶ କରିଥିଲା । ସେହି ବସ୍‌ରେ ଟୁରିଷ୍ଟ ଗାଇଡ୍‌ ଟୁଲୁ ବେହେରା ଥିଲେ । ସଫାରୀରେ ବୁଲାବୁଲି ସାରି ପ୍ରାୟ ୪.୨୦ ମିନିଟ୍‌ରେ ଫେରୁଥିବା ବେଳେ ଟୁଲୁ ବସ୍‌ର ପଛ ସିଟ୍‌କୁ ଯାଇ ଭାଲୁକୁ ଖାଦ୍ୟ ଦେବା ଉଦ୍ଦେଶ୍ୟରେ ହାତ ବାହାରକୁ ବାହାର କରିଥିଲେ । ଏହି ସମୟରେ ଭାଲୁଟି ଟୁଲୁ ବେହେରାଙ୍କ ଡାହାଣ ହାତକୁ କାମୁଡ଼ି ପକାଇଥିଲା । ରକ୍ତମୁଖା ଭାଲୁର ଏ ଉଗ୍ର ରୂପ ଦେଖି ଭୟଭୀତ ହୋଇଯାଇଥିଲେ ପର୍ଯ୍ୟଟକ । ବସ୍‌ ଭିତରେ ପର୍ଯ୍ୟଟକମାନେ ଏକତ୍ର ହୋଇ ହୋହଲ୍ଲା କରିଥିଲେ । କିଛି ସମୟ ପରେ ଚାଳକ ବସ୍‌ଟିକୁ ଭାଲୁ ସଫାରୀ ବାହାରକୁ ନେଇ ଆଣିଥିଲେ । ଏଥିରେ କୌଣସି ପର୍ଯ୍ୟଟକ ଆହତ ହୋଇନଥିଲେ ମଧ୍ୟ ଗାଇଡ୍‌ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଘଟଣା ପରେ ଏବେ ନନ୍ଦନକାନନ କର୍ତ୍ତୃକ୍ଷଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନ । ଭାଲୁ ସଫାରୀ ଭିତରକୁ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ ଗାଇଡ୍‌ଲାଇନ୍‌ ପାଳନ କରୁଛି ତ ବୋଲି ପ୍ରଶ୍ନ ଉଠିଛି । ଅନ୍ୟପକ୍ଷରେ ନନ୍ଦନକାନନରେ ଥିବା ପଞ୍ଜିକୃତ ଗାଇଡମାନଙ୍କୁ ଡାକି ଗୁରୁବାର ଏକ ଲିଖିତଭାବେ ଚେତାବନୀ ଦିଆଯିବ । ପର୍ଯ୍ୟଟକମାନଙ୍କୁ ନେଇ ଗାଇଡମାନେ ପରିକ୍ରମା କରାଇବାକୁ ହେଲେ ସେମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ସିଦ୍ଧାନ୍ତ କରାଯାଇଛି ।

Get real time updates directly on you device, subscribe now.