fbpx

BCCI ଜାରି କଲା ଟାଟା ଆଇପିଏଲ ୨୦୨୪ର ସମ୍ପୂର୍ଣ୍ଣ ଶିଡ୍ୟୁଲ: ମେ ୨୬ରେ ଖେଳାଯିବ ‘ଫାଇନାଲ’

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଟାଟା ଆଇପିଏଲ-୨୦୨୪ର ସମ୍ପୂର୍ଣ୍ଣ ଶିଡ୍ୟୁଲ ଜାରି କରାଯାଇଛି । ମେ ୨୬ ତାରିଖରେ ଚେନ୍ନଇରେ ଫାଇନାଲ ମ୍ୟାଚ ଖେଳାଯିବ । ୧୩ଟି ସହରରେ ୭୪ଟି ମ୍ୟାଚ ଖେଲାଯିବ । ପୂର୍ବରୁ ୧୭ ଦିନ ପାଇଁ କେବଳ ୨୧ଟି ମ୍ୟାଚର ଶିଡ୍ୟୁଲ ଜାରି କରାଯାଇଥିଲା । ଏବେ ବୋର୍ଡ ପକ୍ଷରୁ ଆଉ ୫୩ଟି ମ୍ୟାଚ ପାଇଁ ତାରିଖ ଘୋଷଣା କରାଯାଇଛି । ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଅବଶିଷ୍ଟ ମ୍ୟାଚର ଶିଡ୍ୟୁଲ ଜାରି କରାଯିବ ବୋଲି ପୂର୍ବରୁ ବିସିସିଆଇ ପକ୍ଷରୁ କୁହାଯାଇଥିଲା ।

ଆଇପିଏଲ ଆରମ୍ଭ ହୋଇସାରିଥିଲେ ହେଁ ତା’ର ବିସ୍ତୃତ ଶିଡ୍ୟୁଲ ଆସିନଥିଲା । ଗତ ମାସରେ ବିସିସିଆଇ ୧୭ ଦିନର ଶିଡ୍ୟୁଲ କରିଥିଲା । ସେଥିରେ ମାର୍ଚ୍ଚ ୨୨ରୁ ଏପ୍ରିଲ ୭ ପର୍ଯ୍ୟନ୍ତ ମ୍ୟାଚର ତାରିଖ ଓ ଭେନ୍ୟୁ ରହିଥିଲା । ଏବେ ଏପ୍ରିଲ ୮ରୁ ମେ ୨୬ ପର୍ଯ୍ୟନ୍ତ ମ୍ୟାଚର ସବିଶେଷ ବିବରଣୀ ଜାରି କରାଯାଇଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ମେ ୨୬ରେ ଚେନ୍ନଇର ଏମଏ ଚିଦମ୍ବରମ୍ ଷ୍ଟାଡିୟମରେ ଖେଳାଯିବ । ୧୩ଟି ସହରରେ ୭୪ଟି ମ୍ୟାଚ ଖେଳାଯିବ । ଚେନ୍ନଇ, ବେଙ୍ଗାଲୁରୁ, ମୁମ୍ବାଇ, ହାଇଦ୍ରାବାଦ, ଜୟପୁର, କୋଲକାତା, ଦିଲ୍ଲୀ, ମୋହାଲି, ଅହମଦାବଦ, ଓ ଲକ୍ଷ୍ନୌ ପରି ୧୦ଟି ମୁଖ୍ୟ ସହର ସମେତ ବିଶାଖାପଟ୍ଟନମ୍, ଗ୍ୱାହାଟୀ ଓ ଧର୍ମଶାଳା ସାମିଲ ରହିଛି ।

Get real time updates directly on you device, subscribe now.