fbpx
BJD
BJD SKY
BJD SKY

ହୋଲିରେ ଟଙ୍କାରେ ରଙ୍ଗ ଲାଗିଗଲେ କ’ଣ କରିବେ? କଲର ନୋଟ୍‌କୁ ନେଇ କ’ଣ ରହିଛି RBIର ନିୟମ

ଓଡ଼ିଶା ଭାସ୍କର: ହୋଲିକୁ ନେଇ ସହରଠୁ ଗାଁ ସବୁ ଏବେ ଉତ୍ସବ ମୁଖର । କିଏ ଅବିରରେ ହୋଲି ଖେଳୁଛି ତ ଆଉ କିଏ ପିଚ୍‌କାରୀରେ ରଙ୍ଗ ବର୍ଷା କରୁଛି । ଚାରିଆଡେ ଖାଲି ରଙ୍ଗ ଆଉ ରଙ୍ଗ । ହୋଲି ରଙ୍ଗରେ ଆପଣ ରଙ୍ଗେଇ ହୋଇ ଯାଉଥିବା ବେଳେ ବହୁ ସମୟରେ ଆପଣଙ୍କ ପକେଟ୍‌ରେ ରଖିଥିବା ଟଙ୍କା ବି ରଙ୍ଗୀନ ହୋଇଯାଏ । ତେବେ ଟଙ୍କା ରଙ୍ଗୀନ ହୋଇଗଲେ ବହୁ ସମୟରେ ଦୋକାନୀ ଏପରି ଟଙ୍କା ନେବାକୁ ମନା କରି ଦେଇଥାନ୍ତି । ଏପରି କ୍ଷେତ୍ରରେ ରଙ୍ଗ ଲଗା ଟଙ୍କାଙ୍କୁ ନେଇ ଆପଣଙ୍କ ଚିନ୍ତା ବଢିଯାଏ । ଦୋକାନ, ପେଟ୍ରୋଲ ପମ୍ପ ସବୁ ଯାଗାରେ ଆପଣ ସେହି ରଙ୍ଗ ଲଗା ଟଙ୍କାକୁ ନେଇ ଘୁରି ବୁଲନ୍ତି କିନ୍ତୁ ନିରାଶ ହୁଅନ୍ତି ।

ଆପଣ ଜାଣନ୍ତି କି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ନିୟମ ଅନୁଯାୟୀ ଟଙ୍କାକୁ ପରିଷ୍କାର ରଖିବା ଆପଣଙ୍କ ଦାୟିତ୍ୱ ହୋଇଥାଏ । କିନ୍ତୁ ହୋଲି ସମୟରେ ନୋଟ୍‌ରେ ରଙ୍ଗ ଲାଗିଗଲେ ବି ଏହାକୁ ନେବାକୁ କୌଣସି ଦୋକାନୀ ମନା କରିପାରିବେ ନାହିଁ ବୋଲି ଆର୍‌ବିଆଇର ନିୟମ ରହିଛି । ଆର୍‌ବିଆଇ ନିୟମ ଅନୁଯାୟୀ ଟଙ୍କା ରଙ୍ଗୀନ ହୋଇଗଲେ ବି ଯଦି ଏହାର ସିକ୍ୟୁରିଟି ଫିଚର ପ୍ରଭାବିତ ହୋଇନାହିଁ ତେବେ ବ୍ୟାଙ୍କ ବି ଏହା ନେବାକୁ ମନା କରିପାରିବ ନାହିଁ । ଯଦି ଆପଣଙ୍କ ନୋଟ୍‌ରେ ରଙ୍ଗ ଲାଗିଯାଇଛି ତେବେ ଆପଣ ଏହାକୁ ଶୁଖାଇ ବଜାରରେ ଚଲାଇ ପାରିବେ ।

କିନ୍ତୁ ଜାଣିଶୁଣି ନୋଟ୍‌କୁ ଖରାପ କରିବା କିମ୍ବା ଏହା ସହ ଖେଳିବା ସଂପୂର୍ଣ୍ଣ ଭୁଲ୍ । ଆ୍‌ବିଆଇ ଏଥିପାଇଁ ୧୯୮୮ରେ କ୍ଲିନ୍ ନୋଟ୍ ପଲିସି ଲାଗୁ କରିଛି । ଆର୍‌ବିଆଇ ଆଇନ ୧୯୩୪ ଧାରା ୨୭ ଅନୁଯାୟୀ କେହି ବ୍ୟକ୍ତି ଜାଣିଶୁଣି ନୋଟ୍‌କୁ ନଷ୍ଟ କରିପାରିବେ ନାହିଁ ।

ତେବେ ଯଦି ଆପଣଙ୍କ ଅଜାଣତରେ ନୋଟ୍ ନଷ୍ଟ ହୋଇଯାଇଛି କିମ୍ବା ରଙ୍ଗ ଲାଗିଯାଇଛି ତେବେ ଆପଣ ଏହାକୁ ବ୍ୟାଙ୍କକୁ ଯାଇ ବଦଳାଇ ପାରିବେ । ଦେଶର ଯେକୌଣସି ବ୍ୟାଙ୍କରେ ଆପଣ ଏହା କରିପାରିବେ । ଏଥିପାଇଁ ବ୍ୟାଙ୍କ ଆପଣଙ୍କ ଠାରୁ କୌଣସି ଶୁଳ୍କ ନେବ ନାହିଁ । ନୋଟ୍ ବଦଳାଇବା ଲାଗି ଆପଣଙ୍କ ଆକାଉଣ୍ଟ ସେହି ବ୍ୟାଙ୍କରେ ଥିବା ବି ଜରୁରୀ ନୁହେଁ ।

Get real time updates directly on you device, subscribe now.