fbpx

ମସ୍କୋ ଆତଙ୍କବାଦୀ ଆକ୍ରମଣ: ୪ ଜଣଙ୍କୁ ଗିରଫ କଲା ରୁଷ, ଆମେରିକାକୁ ପଚରାଗଲା ଏହି ପ୍ରଶ୍ନ

ନୂଆଦିଲ୍ଲୀ: ମସ୍କୋର ଏକ କନ୍ସର୍ଟ ସମୟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାରେ ରୁଷ ଚାରି ଜଣଙ୍କୁ ଗିରଫ କରିଛି । ରିପୋର୍ଟ ମୁତାବକ ଏହି ଚାରି ଜଣଙ୍କ ଉପରେ ମସ୍କୋ ଆତଙ୍କବାଦୀ ଆକ୍ରମଣରେ ୧୩୭ ଲୋକଙ୍କ ମୃତ୍ୟୁ ଅଭିଯୋଗ ଲଗାଯାଇଛି । ଗିରଫ କରାଯାଇଥିବା ସନ୍ଦିଗ୍ଧଙ୍କ ନାମ ହେଉଛି, ଦଲେର୍ଦଜୋନ ମିର୍ଜୋୟେବ, ସଇଦାକ୍ରାମୀ, ଶମ୍ସିଦୀନ ଫରୀଦୁନୀ ଏବଂ ମହମ୍ମଦସୋବିର ଫ୍ୟାଜୋବ ଅଟେ । ଏମାନଙ୍କୁ ୨୨ ମେ ପର୍ଯ୍ୟନ୍ତ ହେପାଜତରେ ନିଆଯାଇଛି ।

ତାସର ରିପୋର୍ଟ ମୁତାବକ ଏହି ଆକ୍ରମଣରେ ସାମିଲ ଥିବା ୧୧ ଜଣ ଲୋକଙ୍କୁ ଧରାଯାଇଛି, ଯେଉଁଥିରେ ଚାରି ଜଣ ସନ୍ଦିଗ୍ଧ ଆକ୍ରମଣରେ ସାମିଲ ଥିଲେ । ଯିଏ ୟୁକ୍ରେନ ସୀମା ଆଡକୁ ପଳାୟନ କରିବାକୁ ଚେଷ୍ଟା କରୁଥିଲେ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ, ୟୁକ୍ରେନ ଆକ୍ରମଣ ପାଇଁ ସୀମା ପାର କରିବା ଲାଗି ଗୋଟିଏ ରାସ୍ତା କରାଯାଇଛି ।

ଏଥିସହ ରୁଷ ଆମେରିକା କରିଥିବା ଦାବି ଉପରେ ପ୍ରଶ୍ୱ ଉଠାଇଛି । ଆମେରିକା ଦାବି କରିଥିଲା ଯେ, ମସ୍କୋ କ୍ରୋକସ ହଲରେ ହୋଇଥିବା ଆକ୍ରମଣ ପଛରେ ଇସଲାମିକ ଷ୍ଟେଟ-ଖୁରାସାନର ହାତ ରହିଛି । ରୁଷ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ମାରିୟା ଜକାରୋୱା କହିଛନ୍ତି ଯେ, ସବଧାନ ହ୍ୱାଇଟ ହାଉସରୁ ଏକ ପ୍ରଶ୍ନ ରହିଛି ଯେ, ଆପଣ ଦୃଢତାର ସହ କହିପାରିବେ କି ଏହା ଆଇଏସଆଇଏସ ଅଟେ? ଆପଣଙ୍କୁ ଏହା ଉପରେ ଥରେ ଭାବିବା ଆବଶ୍ୟକ ।

ଏହାରି ମଧ୍ୟରେ କ୍ରେମଲିନର ପ୍ରବକ୍ତା ଦିମିତ୍ରୀ ପେସ୍କୋବ ମିଡିଆ ସହ କତା ହେଲା ବେଳେ କହିଛନ୍ତି ଯେ, ଯେତେ ପର୍ଯ୍ୟନ୍ତ ଯାଞ୍ଚ ଜାରି ରହିବ ସେତେ ପର୍ଯ୍ୟନ୍ତ ରୁଷ ପକ୍ଷରୁ ଆଇଏସଆଇଏସର ଦାବି ଉପରେ କୌଣସି ଟିପ୍ପଣୀ କରିପାରିବ ନାହିଁ ଏବଂ ଆମେରିକାର ଗୁପ୍ତ ବିଭାଗର ସୂଚନା ଉପରେ ମଧ୍ୟ କୌଣସି ବିବୃତ୍ତି ଦେଇପାରିବ ନାହିଁ, କାରଣ ଏହା ସମ୍ବେଦନଶୀଳ ସୂଚନା ଅଟେ ।

Get real time updates directly on you device, subscribe now.