fbpx

ବିନା ସାର୍ଟରେ ହାତରେ ସୂତା ବଣ୍ଡଲ ଧରି ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ, ଜାଣନ୍ତୁ କ’ଣ ରହିଛି କାରଣ

ତିରୁପୁର: ତାମିଲନାଡୁ ତିରୁପୁର ବିଜେପି ପ୍ରାର୍ଥୀ ଏପି ମୁରୁଗାନନ୍ଦନ ଗଞ୍ଜି ପିନ୍ଧି ନାମାଙ୍କନ ଦାଖଲ କରିବାକୁ ପହଞ୍ଚିଥିଲେ । ତେବେ ଏହା ପଛରେ ତାଙ୍କର କିଛି ଇଙ୍ଗ ଉଦ୍ଦେଶ୍ୟ ଥିଲା । ତିରୁପୁର କପଡା ଉଦ୍ୟୋଗ, ବୁଣାକାର ଓ ଶ୍ରମିକଙ୍କ ସ୍ଥିତି କ୍ଷେତ୍ରରେ କ’ଣ ରହିଛି ଏହି ପ୍ରସଙ୍ଗ ଉଠାଇବା ପାଇଁ ସେ ଏପରି କରିଥିଲେ । ଏହି ଉପାୟରେ ବିଜେପି ପ୍ରାର୍ଥୀ ଏହା ସୂଚାଇ ଦେବାକୁ ଚାହୁଁଥିଲେ କି ସିପିଆଇ ଏମ୍‌ରୁ ସେଠିକାର ବର୍ତ୍ତମାନ ସାଂସଦ ସୁବାରାୟଣ ଏହି ଶ୍ରମିକଙ୍କ ଲାଗି କିଛି ବି କରିନାହାନ୍ତି ।

ଏପି ମୁରୁଗାନନ୍ଦନ ତିରୁପୁର କପଡା କାରଖାନାରେ ତିଆରି ହେଉଥିବା ଗଞ୍ଜି ଓ ହାତରେ ସୂତା ବଣ୍ଡଲ ଧରି ନାମାଙ୍କନ କରିବାକୁ ପହଞ୍ଚିଥିଲେ । ନାମାଙ୍କନ ସମୟରେ ସେ ଏହା ଦେଖାଇବାକୁ ଚେଷ୍ଟା କରିଥିଲେ କି ସେ ବୁଣାକାର ଓ ଶ୍ରମିକଙ୍କ ଦୁଃଖ ବୁଝିଛନ୍ତି ଓ ଆଜି ତାଙ୍କ ଅଞ୍ଚଳରେ ବୁଣାକାରମାନଙ୍କର ଯେଉଁ ଅବସ୍ଥା ହୋଇଛି ସେଥିପାଇଁ ସେଠିକାର ବର୍ତ୍ତମାନର ସାଂସଦ ହିଁ ଦାୟୀ ।

ଏଠାରେ ସୂଚାଇ ଦିଆଯାଇପାରେ କି ତାମିଲନାଡୁର ଏହି ତିରୁପୁର ସଂସଦୀୟ କ୍ଷେତ୍ର କପଡା ଓ ସୂତା ଉଦ୍ୟୋଗ ଲାଗି ପ୍ରସିଦ୍ଧ । ବସ୍ତ୍ର ନିର୍ମାଣ କ୍ଷେତ୍ରରେ ଏହି ସହରର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ବିଶ୍ୱ ସ୍ତରରେ ତିରୁପୁର ଏକ ବ୍ୟବସାୟିକ କେନ୍ଦ୍ର ଭାବରେ ପରିଚିତ । ଏଠାରେ ହଜାର ହଜାର କୋଟିର କପଡା ଉଦ୍ୟୋଗ ରହିଛି ଓ ଏହା ହିଁ ଏଠିକାର ସବୁଠାରୁ ବଡ ପ୍ରସଙ୍ଗ । ତେଣୁ ନିଜ ଭୋଟ ବ୍ୟାଙ୍କକୁ ସୁଦୃଢ କରିବା ପାଇଁ ବିଜେପି ପ୍ରାର୍ଥୀ ଏହିପରି ଅଭିନବ ଉପାୟରେ ନାମାଙ୍କନ କରିବାକୁ ପହଞ୍ଚିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ତାମିଲନାଡୁରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେଉଛି । ଏଠାରେ ନାମାଙ୍କନ ଦାଖଲ କରିବାର ଅନ୍ତିମ ତିଥି ୨୭ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ରହିଛି ।

Get real time updates directly on you device, subscribe now.