fbpx

କଙ୍ଗନା ରନାୱତଙ୍କ ଟ୍ୱିଟରେ ଏପରି କ’ଣ ଲେଖିଲେ ସୁପ୍ରିୟା ଶ୍ରୀନେତ, ଯେଉଁଥିପାଇଁ ତାଙ୍କୁ ଦେବାକୁ ପଡିଲା ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରନାୱତ ଏକ୍ସରେ ଏକ ପୋଷ୍ଟ କରିବା ପରେ କଂଗ୍ରେସର ସୋସିଆଲ ମିଡିଆ ଏବଂ ଡିଜିଟାଲ ପ୍ଲାଟଫର୍ମ୍ସର ଚେୟାର ପର୍ସନ ସୁପ୍ରିୟା ଶ୍ରୀନେତଙ୍କୁ ଏକ ସ୍ପଷ୍ଟୀକରଣ କରିବାକୁ ପଡିଛି । ସେ ଦାବି କରିଛନ୍ତି ଯେ, ତାଙ୍କ ହ୍ୟାଣ୍ଡେଲ ହ୍ୟାକ ହୋଇଯାଇଥିଲା ଏବଂ ସେତେବେଳେ କିଛି ସମୟ ପାଇଁ ତାଙ୍କ ଆକ୍ସେସ ଆଉ କାହାକୁ ମିଳିଯାଇଥିଲା ।

ସୁପ୍ରିୟା ଶ୍ରୀନେତ ସୋମବାର ସଂଧ୍ୟାରେ ଏକ୍ସରେ ଜାରି କରିଛନ୍ତି ଯେ, ମୋ ମେଟା ଆକାଉଣ୍ଟସର ଆକ୍ସେସ ଆଉ କାହା ପାଖକୁ ଚାଲିଯାଇଥିଲା । ଯାହାପରେ କଙ୍ଗନାଙ୍କ ପୋଷ୍ଟରେ ଅଶ୍ଳୀଳ ଏବଂ ଆପତ୍ତିଜନକ ପୋଷ୍ଟ କରାଯାଇଛି । ହେଲେ ବର୍ତ୍ତମାନ ସେହି କମେଣ୍ଟକୁ ଡିଲିଟ କରାଯାଇଛି । ମୋ ପକ୍ଷରୁ କଦାପି ଏଭଳି କୌଣସି କଥା ମହିଳାମାନଙ୍କ ପ୍ରତି ଯିବନି କି କୌଣସି ମହିଳାଙ୍କୁ ମୁଁ ଏପରି କହିପାରିବି ନାହିଁ ।

କଂଗ୍ରେସ ୱାର୍କିଂ କମିଟିର ସଦସ୍ୟଙ୍କ ପକ୍ଷରୁ ଏହି ପୋଷ୍ଟରେ ଆଗକୁ ଏହା କୁହାଯାଇଛି ଯେ, ସେ ଜାଣିବାକୁ ପାଇଛନ୍ତି ଯେ, ଏକ୍ସରେ ତାଙ୍କ ନାମର ଭୁଲ ବ୍ୟବହାର କରାଯାଇ ପାରୋଡୀ ଆକାଉଣ୍ଟ ଚଲାଯାଉଛି, ଯାହାକି @Supriyaparody ନାମରେ ଅଟେ । ସମସ୍ତ ଅଶ୍ଲୀଳପୂର୍ଣ୍ଣ ବ୍ୟବହାର ଏହିଠାରୁ ଆରମ୍ଭ ହୋଇଛି, ଯାହାକୁ ନେଇ ମୁଁ ଅଭିଯୋଗ କରିଛି ।

 

Get real time updates directly on you device, subscribe now.