(Video) ଏହି ତାରିଖରେ ଆରମ୍ଭ ହେବ IPL 2025ର ସିଜନ, BCCI ଉପାଧ୍ୟକ୍ଷ କଲେ ଘୋଷଣା

ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏସଜିଏମର ମିଟିଂରୁ ବାହାରିବା ପରେ ଆଇପିଏଲ ୨୦୨୫ରେ ଆରମ୍ଭ ହେବାର ତାରିଖ ଘୋଷଣା କରିଛନ୍ତି।ଏସଜିଏମର ମିଟିଂରେ ଦେବଜୀତ ସାଇକିୟାଙ୍କୁ ବିସିସିଆଇର ନୂଆ ସଚିବ ଭାବେ ଚୟନ କରାଯାଇଛି।

ନୂଆଦିଲ୍ଲୀ: ଭାରତରେ କ୍ରିକେଟକୁ ଏକ ଧର୍ମ ବୋଲି ବିବେଚନା କରାଯାଇଥାଏ। କ୍ରିକେଟକୁ ନେଇ ଭାରତବାସୀଙ୍କ ମଧ୍ୟରେ ଅଲଗା ପ୍ରକାରର ଜୋସ ଦେଖିବାକୁ ମିଳିଥାଏ। କାରଣ ଏହି ଦେଶରେ କ୍ରିକେଟ ଲିଗ୍ ଆଇପିଏଲ ଅନୁଷ୍ଠିତ ହୋଇଥାଏ। ତେବେ ଏହାରି ମଧ୍ୟରେ ଆଇପିଏଲ ୨୦୨୫ର ତାରିଖ ଘୋଷଣା ହୋଇଛି।

ବର୍ତ୍ତମାନ ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଆଇପିଏଲ ୨୦୨୫ର ଆରମ୍ଭ ହେବା ତାରିଖକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆଇପିଏଲ ୨୦୨୫ର ଆରମ୍ଭ ୨୩ ମାର୍ଚ୍ଚରେ ହେବ।

ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା କହିଛନ୍ତି ଯେ, ଓମେନ ପ୍ରିମିୟର ଲୀଗର ଭେନ୍ୟୁକୁ ନେଇ ସ୍ପଷ୍ଟତା ପାଖାପାଖି ହୋଇସାରିଛି। ଖୁବ ଶୀଘ୍ର ଏହି ବିଷରେ ପ୍ରେସ ନୋଟ ଜାରି କରାଯିବ।

ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଭାରତୀୟ ସ୍କ୍ୱାଡକୁ ନେଇ ସେ କହିଛନ୍ତି ଯେ, ଏନେଇ ମିଟିଂ ୧୮ ବା ୧୯ ତାରିଖରେ କରାଯିବ। ଏହାପରେ ସେ କହିଛନ୍ତି ଯେ, ଆଇପିଏଲ ୨୩ ମାର୍ଚ୍ଚରୁ ଆରମ୍ଭ ହେବ।