fbpx

ଆହତ ଖେଳାଳିଙ୍କୁ ନେଇ BCCIର ଚିନ୍ତା: ବିଶ୍ୱକପ ପୂର୍ବରୁ ନେଲା ଏହି କଠୋର ନିଷ୍ପତ୍ତି

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ଆରମ୍ଭ ହେବାକୁ ଯରାଉଛି ଦିନିକିଆ ବିଶ୍ୱକପ-୨୦୨୩ । ଏହାର ଆୟୋଜନ ଭାରତରେ ହେଉଥିବା ବେଳେ ଟିମ ଇଣ୍ଡିଆ ପାଇଁ ଚିନ୍ତା ଲଗାତାର ବଢିବାରେ ଲାଗିଛି । ଜଣକ ପରେ ଜଣେ ଭାରତୀୟ କ୍ରିକେଟ ଦଳର ବଡ ବଡ ଖେଳାଳି ଆହତ ହେଉଛନ୍ତି । ଆହତ ସମସ୍ୟା ମଧ୍ୟ ଗମ୍ଭୀର ହେଉଥିବାରୁ ବିଶ୍ୱକପ ଖେଳିବା ନେଇ ସନ୍ଦେହ ସୃଷ୍ଟି ହେଉଛି । ତେଣୁ ଏ ନେଇ ଚେତାବନୀ ଜାରି କରିଛି ବିସିସିଆଇ । ଆହତ ଖେଳାଳିମାନଭ୍କୁ ନେଇ କଠୋର ହେବା ସହ ସେନାଲ କ୍ରିକେଟ ଏକାଡେମୀ(ଏନସିଏ)କୁ ଚେତାବନୀ ଦେଇଛି ଭାରତୀୟ କ୍ରିକେଟ ବୋର୍ଡ ।

ଭାରତୀୟ ଖେଳାଳି ଲଗାତାର ଭାବରେ ଆହତ ହେବାକୁ ନେଇ ବିସିସିଆଇର ଚିନ୍ତା ବଢିଯାଇଛି । ତେବେ ଏନସିଏକୁ ଚେତାବନୀ ଦେଇ ବିସିସିଆଇ କହିଛି ଯେ, ଆହତ ଖେଳାଳିମାନଙ୍କ ଚିକିତ୍ସା ପାଇଁ ଆହୁରି ଭଲ ବ୍ୟବସ୍ଥା କରାଯାଉ । ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଜଶପ୍ରୀତ ବୁମରାହ ଏବଂ ଶ୍ରେୟସ ଆୟରଙ୍କ ସହିତ ଋଭେ ପନ୍ତଙ୍କ ଆହତ ସମସ୍ୟାକୁ ନେଇ ଏଭଳି କଠୋର ପଦକ୍ଷେପ ନେଇଛି ବିସିସିଆଇ । ଏହାସହିତ ଯଦି ଆବଶ୍ୟକ ପଡେ, ତେବେ ବିଦେଶରୁ ଡାକ୍ତର ଏବଂ ବିଶେଷଜ୍ଞଙ୍କୁ ଡକାଇବା ପାଇଁ ବୋର୍ଡ ଯୋଜନା କରୁଛି । ଏସବୁ ବ୍ୟତୀତ ବର୍ତ୍ତମାନ ରାଜ୍ୟ ସଂଘଗୁଡିକୁ ମଧ୍ୟ ସମସ୍ତ ଫିଜିଓଥେରାପିଷ୍ଟ ନିୟୋଜିତ କରିବା ସହ ଖେଳାଳିମାନଙ୍କ ରିପୋର୍ଟ ରଖାଯିବ ।

ଏହାପରେ ବିସିସିଆଇ କହିଛି ଯେ, ଏହା ବିଶ୍ୱକପର ବର୍ଷ ହୋଇଥିବା ବେଳେ ଦଳର ଅନେକ ବଡ ଖେଳାଳି ଆହତ ସମସ୍ୟା ଦେଇ ଗତି କରୁଛନ୍ତି । ତେଣୁ ବିଶ୍ୱକପ ପୂର୍ବରୁ କୌଣସି ସମସ୍ୟା ରଖିବାକୁ ଆମେ ଚାହୁଁନାହୁଁ ବୋଲି ବିସିସିଆଇ ମତ ରଖିଛି । ତେବେ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟର ବର୍ତ୍ତମାନ ସର୍ଜରୀ କରିବା ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ତେବେ କିଛି ଦିନ ଅପେକ୍ଷା ପରେ ଏହି ନିଷ୍ପତ୍ତି ନେବା ଉଚିତ ହେବ ।

Get real time updates directly on you device, subscribe now.