fbpx

(ଭିଡିଓ) ଓଲିଉଡ ଅଭିନେତା ଶ୍ରୀତମଙ୍କ ମାତୃ ବିୟୋଗ: ପୁଅକୁ ଏକା ଛାଡ଼ି ମାଆ ଚାଲିଗଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କିଛିଦିନ ଧରି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ଆସୁଛି । ଗତ ୨ ତାରିଖରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ହୋଇଥିବା ବେଳେ ଗତ ୨୩ ତାରିଖରେ ଅଭିନେତା ସୋମଦତ୍ତ ଦାସଙ୍କ ପରଲୋକ ଘଟିଥିଲା । ପିଣ୍ଟୁ ଲିଭର ସିରୋସିସ ରୋଗରେ ପୀଡ଼ିତ ହୋଇ ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ । ସେହିପରି ସୋମଦତ୍ତ ହୃଦଘାତ କାରଣରୁ ପ୍ରାଣ ହରାଇଥିଲେ ।

ତେବେ ଏହା ମଧ୍ୟରେ ଆଜି ଓଲିଉଡରୁ ପୁଣି ଏକ ଦୁଃଖ ଖବର ଆସିଛି । ବରିଷ୍ଠ ଅଭିନେତା ଶ୍ରୀତମ ଦାସଙ୍କ ମାଆଙ୍କର ପରଲୋକ ଘଟିଛି । ଶ୍ରୀତମଙ୍କ ପାଇଁ ଏହା ଅତ୍ୟନ୍ତ ଦୁଃଖଦ ଖବର । ସାଧାରଣ ଭାବେ ଅନ୍ୟମାନଙ୍କର ଦୁଃଖ ସମୟରେ ଶ୍ରୀତମ ସମବେଦନା ଜଣାଇଥାନ୍ତି । ମାତ୍ର ଆଜି ଶ୍ରୀତମଙ୍କ ଜୀବନ ମଧ୍ୟକୁ ମାଡ଼ି ଆସିଛି ଘୋର ବିପଦ । ଶ୍ରୀତମଙ୍କୁ ଏକା କରି ମାଆ ସବୁଦିନ ପାଇଁ ଆର ପାରିକୁ ଚାଲିଯାଇଛନ୍ତି ।

ତେବେ ମାଆଙ୍କୁ ହରାଇ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି ଶ୍ରୀତମ । ତାଙ୍କ ମାଆ ହୃଦଘାତ କାରଣରୁ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ଏହି ଖବର ଓଲିଉଡ ସହ ଜଡ଼ିତ ସମସ୍ତ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ, ଟେକ୍ନିସିଆନଙ୍କ ସମେତ ଶ୍ରୀତମଙ୍କର ସମସ୍ତ ପ୍ରଶଂସକ, ବନ୍ଧୁ ପରିଜନଙ୍କୁ ଗଭୀର ଶୋକ ମଧ୍ୟକୁ ଠେଲି ଦେଇଛି । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମସ୍ତେ ଆଶ୍ୱାସନା ଦେବା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ।

Get real time updates directly on you device, subscribe now.