fbpx

ସୁଶାନ୍ତଙ୍କୁ ମନେ ପକାଇ କାନ୍ଦିଲେ ସ୍ମୃତି ଇରାନୀ: ଅଭିନେତାଙ୍କୁ କହିଥିଲେ ଏମିତି କଥା

ମୁମ୍ବାଇ: ବଲିଉଡ ଜଗତର ଦିବାଙ୍ଗତ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇ ଆଜି ସ୍ମୃତି ଇରାନୀଙ୍କ ଆଖିରେ ଲୁହ । ସେଦିନର ସେହି ଛାତିଥରା ଘଟଣାକୁ ମନେ ପକାଇ ହଠାତ କାନ୍ଦି ପକାଇଛନ୍ତି ସ୍ମୃତି । ଗୋଟିଏ ଇଣ୍ଟରଭ୍ୟୁରେ ସେ ସେହି ପୁରୁଣା ଦିନର ସମସ୍ତ ଚିତ୍ରକୁ ବର୍ଣ୍ଣନା କରିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇ ହଠାତ ଏକ ମିଟିଙ୍ଗରୁ ଉଠି ଆସିଥିଲେ ସ୍ମୃତି, ଏବଂ ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ କହିଥିଲେ । ସୁଶାନ୍ତଙ୍କ ମୃତ୍ୟୁ ପରେ ଆଉ ଜଣେ ଅଭୀନେତାଙ୍କୁ ନେଇ ସ୍ମୃତିଙ୍କ ଭୟ ବଢି ଯାଇଥିଲା । ତେଣୁ ସେ ତାଙ୍କୁ ଫୋନ କରି ପ୍ରାୟ ୬ ଘଣ୍ୟା ପର୍ଯ୍ୟନ୍ତ କତା ହୋଇଥିବା କହିଛନ୍ତି ସ୍ମୃତି ଇରାନୀ ।

ସ୍ମୃତି ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ମୋର ମନେ ଅଛି, ସୁଶାନ୍ତଙ୍କର ଯେତେବେଳେ ମୃତ୍ୟୁ ହୋଇଥିଲା, ମୁଁ ଏକ ଭିଡିଓ କନଫରେନ୍ସିଙ୍ଗରେ ବସିଥିଲି । ଏହି ମିଟିଙ୍ଗରେ ଅନେକ ଲୋକ ଥିଲେ ମଧ୍ୟ ସ୍ମୃତି ଏହାକୁ ରୋକିବାକୁ କହିଥିଲେ । ଏହାପରେ ସ୍ମୃତି କହିଛନ୍ତି ଯେ, ମୁଁ ଜାଣିପାରୁନି ସୁଶାନ୍ତ ମୋତେ ଫୋନ କାହିଁକି କରି ନଥିଲେ । ମୁଁ ତାଙ୍କୁ କହିଥିଲି, କେବେ ନିଜକୁ ଶେଷ କରିବ ନାହିଁ । ତେବେ ଏହାପରେ ମୋର ‘କାଇ ପୋ ଛେ’ ଚଳଚ୍ଚିତ୍ର ଅଭିନେତା ଅମିତଙ୍କ କଥା ମନେ ପଡିଯାଇଥିଲା । ଏହାପରେ ଅମିତଙ୍କୁ ଫୋନ କରିଥିଲେ ସ୍ମୃତି । ତେବେ ଅମିତ କହିଲେ ଯେ, ମୁଁ ଜାଣିଥିଲି ସେ କିଛି ନା କିଛି ଗଡବଡ କରିବ । ରହିବାର ନାହିଁ….. ଇଡିଅଟ କ’ଣ କଲା? କହି କାନ୍ଦି ପକାଇଥିଲେ ସ୍ମୃତି ଇରାନୀ ।

ଏହାପରେ ସ୍ମୃତି କହିଛନ୍ତି ଯେ, ଅମିତ ଦିଲ୍ଲୀର ଏକ ଗହଣା ଦୋକାନରେ ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ପିଲାବେଳେ ତାଙ୍କ ପିତାମାତାଙ୍କର ଦେହାନ୍ତ ହୋଇଯାଇଥିଲା । ତେବେ ପବ୍ଲିସିଷ୍ଟ ରୋହିଣୀ ଅୟର ମୋତେ କହିଥିଲେ ଯେ, ମୋତେ ବହୁତ ଡର ଲାଗୁଛି, କେହି ତାଙ୍କୁ ଖୋଜ । ଏହାପରେ ସ୍ମୃତି ଅମିତଙ୍କୁ ପୋନ କରିଥିଲେ । ଫୋନ ରିସିଭ କରିବା ମାତ୍ରେ, ଅମିତ କହିଥିଲେ ଯେ, ଆପଣଙ୍କ ପାଖରେ କିଛି କାମ ନାହିଁ? ଏହାର ଉତ୍ତରରେ ସ୍ମୃତି ଇରାନୀ କହିଲେ, ଆରେ ନା, ଚାଲ କଥା ହେବା । ଏହାପରେ ସ୍ମୃତି ଏବଂ ଅମିତଙ୍କ ମଧ୍ୟରେ ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲା ।

Get real time updates directly on you device, subscribe now.