fbpx

ଭାରତୀୟ କ୍ରିକେଟର ବିଦେଶୀ ଲିଗରେ ଭାଗ ନେବାକୁ ବିସିସିଆଇ ଅନୁମତି ଦେବ ନାହିଁ:ଶୁକ୍ଳା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ଉପ ସଭାପତି ରାଜୀବ ଶୁକ୍ଳା କହିଛନ୍ତି ଯେ ବିଦେଶ ରାଷ୍ଟ୍ରରେ ଅନୁଷ୍ଠିତ ହେଉଥିବା ଟି-୨୦ ଲିଗରେ ଭାରତୀୟ ଖେଳାଳିଙ୍କୁ ଅନୁମତି ଦେଉନାହିଁ । କାରଣ ବିସିସିଆଇ ଏଥିପାଇଁ କୌଣସି ନୀତି ନିର୍ଦ୍ଧାରଣ କରିନାହିଁ । ତେଣୁ ଆଗାମୀ ସମୟରେ ଭାରତୀୟ ଖେଳାଳି କୌଣସି ବିଦେଶୀ ରାଷ୍ଟ୍ର ଟି-୨୦ ଲିଗରେ ପ୍ରତିନିଧିତ୍ୱ କର ପାରିବେ ନାହିଁ । ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ଜାନୁୟାରୀ ମାସରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟି-୨୦ ଲିଗ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ।

ଭାରତରେ ଅନୁଷ୍ଠିତ ହୋଇ ଆସୁଥିବା ଇଣ୍ଡିଆନ ପ୍ରିମିୟର ଲିଗର ଛଅ ଫ୍ରାଞ୍ଚାଇଜ ଦକ୍ଷିଣ ଆଫିକା ଟି-୨୦ ଲିଗର ଫ୍ରାଞ୍ଚାଇଜ ମାଲିକ ହୋଇଛନ୍ତି । ତେଣୁ ଆଇପିଏଲର ଚାରିଥର ଚାମ୍ପିଅନ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗସ ଦକ୍ଷିଣ ଆଫ୍ରିକା ଲିଗର ଜୋହାନ୍ସବର୍ଗ ସୁପର କିଙ୍ଗସ ଫ୍ରାଞ୍ଚାଇଜ କିଣି ଥିବାରୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଜୋହାନ୍ସବର୍ଗ ଫ୍ରଞ୍ଚାଇଜର ମେଣ୍ଟର ହେବା ପାଇଁ ସ୍ଥିର ହୋଇ ଥିଲା । ମାତ୍ର ବିସିସିଆଇ ଏହାକୁ ଘୋର ପ୍ରତିବାଦ କରୁଛି । ତେଣୁ ବିସିସିଆଇ ଉପ ସଭାପତି ରାଜୀବ ଶୁକ୍ଳା କହିଛନ୍ତି ଯେ ଭାରତୀୟ ଖେଳାଳିଙ୍କୁ କୌଣସି ବିଦେଶୀ ଲିଗରେ ଅଂଶ ଗ୍ରହଣ ପାଇଁ ବିସିସିଆଇର କୌଣସି ନୀତି ନ ଥିବାରୁ ଧୋନିଙ୍କୁ ଜୋହାନ୍ସବର୍ଗ ଫ୍ରାଞ୍ଚାଇଜର ମେଣ୍ଟର ହେବା ସୁଯୋଗ ଦିଆ ଯିବ ନାହିଁ । କାରଣ ଏହା ବିସିସିଆଇର ନୀତି ବିରୋଧୀ ଭାବେ ବିବେଚନା କରାଯିବ ।

ସେହିପରି ୟୁନାଇଟେଡ ଆରବ ଏମିରେଟ୍ସରେ ମଧ୍ୟ ଚଳିତ ବର୍ଷ ପ୍ରଥମ ଥର ପାଇଁ ଟି-୨୦ ଲିଗ ଅନୁଷ୍ଠିତ ହେବା ପାଇଁ ଥିବାରୁ ଭାରତୀୟ ଆଇପିଏଲର ଚେନ୍ନାଇ ସୁପର କିଙ୍ଗସ, ମୁମ୍ବାଇ ଇଣ୍ଡିଆନ୍ସ ,କୋଲକାତା ନାଇଟ ରାଇଡର୍ସ ,ରାଜସ୍ଥାନ ରୟାଲ୍ସ ମଧ୍ୟ ସେଠାକାର ଫ୍ରାଞ୍ଚାଇଜ କିଣିଛନ୍ତି । ମାତ୍ର ଏହି ଦୁଇ ଲିଗରେ ଭାରତୀୟ କ୍ରିକେଟ ବୋର୍ଡ ସହିତ ଅନୁବନ୍ଧିତ କୌଣସି ଖେଳାଳିଙ୍କୁ ଭାଗ ନେବା ସୁଯୋଗ ଦିଆଯିବ ନାହିଁ । କାରଣ ଆଇପିଏଲ ହେଉଛି ବିଶ୍ୱର ସର୍ବ ବୃହତ ଲିଗ ଭାବେ ମାନ୍ୟତା ପ୍ରାପ୍ତ । ତେଣୁ ଅନ୍ୟ କୌଣସି ବିଦେଶୀ ଲିଗରେ ଭାରତୀୟ ଖେଳାଳି ସାମିଲ ହୋଇ ପାରିବେ ନାହିଁ ବୋଲି ବିସିସିଆଇ ପ୍ରଣୟନ କରି ଥିବା ଦୀତି ପୂର୍ବ ପରି ବଳବତ୍ତର ରହିବ ବୋଲି ଶୁକ୍ଳା କହିଛନ୍ତି ।

Get real time updates directly on you device, subscribe now.