fbpx

କୃଷକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା: ଏଣିକି ଋଣ ଉପରେ ସୁଧରେ ୧.୫ ପ୍ରତିଶତ ମିଳିବ ରିହାତ

ନୂଆଦିଲ୍ଲୀ : ମୋଦୀ ସରକାର ଚାଷୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ କୃଷକମାନଙ୍କ ପାଇଁ ସ୍ୱଳ୍ପ ମିଆଦି ଋଣ ପରିଶୋଧ ପାଇଁ ସୁଧ ଛାଡ ଯୋଜନା ଜାରି ରଖିଛି । ଅର୍ଥାତ୍‌ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ମିଆଦି ୠଣ ନେଇଥିବା କୃଷକମାନେ ସୁଧରେ ୧.୫ ପ୍ରତିଶତ ରିହାତି ପାଇବେ । ନରେନ୍ଦ୍ର ମୋଦୀ ସରକାର ଚାଷୀଙ୍କୁ ବିୁଳ ସୁବିଧା ଦେଇ ସୁଧ ଛାଡ ଯୋଜନା ବଜାୟ ରଖିଛନ୍ତି । ଏହା ଅଧୀନରେ କୃଷକମାନେ ତିନି ଲକ୍ଷ ପର୍ଯ୍ୟନ୍ତ ସ୍ୱଳ୍ପ ମିଆଦି ପାଇଁ ୧.୫ ପ୍ରତିଶତ ରିହାତି ପାଇବେ ।

ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ୨୦୨୨-୨୩ ରୁ ୨୦୨୪-୨୫ ଅବଧି ପାଇଁ ୩୪,୮୫୬ କୋଟି ଟଙ୍କା ଅତିରିକ୍ତ ବଜେଟ୍‌ ବ୍ୟବସ୍ଥା ଆବଶ୍ୟକ କରିବେ । କ୍ଷତିପୂରଣ ଦେବା ପାଇଁ ସରକାର ଏହି ଦେୟକୁ ସିଧାସଳଖ ଋଣ ପ୍ରଦାନକାରୀ ବ୍ୟାଙ୍କ ଏବଂ ସମବାୟ ସମିତିକୁ ପ୍ରଦାନ କରିବେ । ଏହା କୃଷକମାନଙ୍କୁ ସ୍ୱଳ୍ପ ମିଆଦି କୃଷି ଆବଶ୍ୟକତା ପାଇଁ ଋଣ ନେବାକୁ ଉତ୍ସାହିତ କରିବ ଏବଂ ଅଧିକରୁ ଅଧିକ କୃଷକଙ୍କୁ କୃଷି ୠଣର ଲାଭ ପାଇବାକୁ ସକ୍ଷମ କରିବ । ଏହା ମଧ୍ୟ ରୋଜଗାର ସୃଷ୍ଟି କରିବ । ଯାହା ପଶୁାଳନ, ଦୁଗ୍ଧ, କୁକୁଡ଼ା, ମତ୍ସ୍ୟଚାଷ ସମେତ ସମସ୍ତ କାର୍ଯ୍ୟକଳାପ ପାଇଁ ସିଧାସଳଖ କୃଷକମାନଙ୍କୁ ଉତ୍ସାହିତ କରିବ ।

କୃଷକମାନେ ସ୍ୱଳ୍ପ ସୁଧରେ ଏହି କ୍ଷୁଦ୍ର ବ୍ୟବସାୟ ପାଇଁ ସ୍ୱଳ୍ପ ମିଆଦି କୃଷି ଋଣ ପାଇପାରିବେ । ଠିକ ସମୟରେ ୠଣ ପରିଶୋଧ କରୁଥିବାବେଳେ କୃଷକମାନେ ବାର୍ଷିକ ୪ଧ ସୁଧ ହାରରେ ସ୍ୱଳ୍ପକାଳୀନ କୃଷି ଋଣ ପାଇବା ଜାରି ରଖିବେ । ସରକାରଙ୍କୁ ସମବାୟ ସମିତି ଏବଂ ବ୍ୟାଙ୍କ ମାଧ୍ୟମରେ ସ୍ୱଳ୍ପ ସୁଧ ହାରରେ କୃଷକମାନଙ୍କୁ ସ୍ୱଳ୍ପ ଏବଂ ଦୀର୍ଘ ମିଆଦି ଋଣ ଦିଆଯାଏ । ଅନେକ କୃଷକ ଏହି ୠଣକୁ ଠିକ୍‌ ସମୟରେ ପରିଶୋଧ କରନ୍ତି ଏବଂ ଅନେକ କୃଷକ କୌଣସି କାରଣରୁ ଏହାକୁ ଠିକ୍‌ ସମୟରେ ପରିଶୋଧ କରିବାରେ ଅସମର୍ଥ ଅଟନ୍ତି । ସେହି କୃଷକମାନେ ଯେଉଁମାନେ ଋଣକୁ ଠିକ୍‌ ସମୟରେ ପରିଶୋଧ କରନ୍ତି ସେମାନେ ସୁଧ ଛାଡ ଯୋଜନାର ଲାଭ ପାଇବେ ।

Get real time updates directly on you device, subscribe now.