fbpx

କାବୁଲରେ ଭୟଙ୍କର ବିସ୍ଫୋରଣ: ମସଜିଦ ବିସ୍ଫୋରଣରେ ଇମାମଙ୍କ ସମେତ ୩୦ ଜଣଙ୍କର ମୃତ୍ୟୁ, ୪୦ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପରିସ୍ଥିତି ସାଙ୍ଘାତିକ ହୋଇପଡ଼ିଛି । ରାଜଧାନୀରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହେବାରେ ଲାଗିଛି । ଏଥର ସେଠାରେ ଥିବା ମସଜିଦକୁ ଟାର୍ଗେଟ୍ କରାଯାଇଛି । ଆଫଗାନିସ୍ତାନର ରାଜଧାନୀ କାବୁଲରେ ନମାଜ ସମୟରେ ବଡ଼ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି ।

ତେବେ ଚାରିଆଡେ ବ୍ୟାପିଥିବା ଏହି ମୃତ୍ୟୁର ଶୋକ ଏହାର ପ୍ରମାଣ ଯେ, ତାଲିବାନ କ୍ଷମତାକୁ ଫେରିବା ଆଫଗାନିସ୍ତାନ ମାଟି ପାଇଁ ମହଙ୍ଗା ପଡ଼ିଛି । ନମାଜ ପଢ଼ିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ମସଜିଦର ଇମାମ ଅମୀର ମହମ୍ମଦ କାବୁଲି ମଧ୍ୟ ନିହତ ହୋଇଥିଲେ । ତେବେ ତାଲିବାନ କ୍ଷମତାକୁ ଫେରିବା ପରେ ତାଲିବାନର ପ୍ରତିଦ୍ୱନ୍ଦ୍ୱୀ ଆଇଏସ ଗତ କିଛି ଦିନ ମଧ୍ୟରେ ଆଫଗାନିସ୍ତାନରେ ଆକ୍ରମଣକୁ ଜୋରଦାର କରିଛି । ଏହି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପଛରେ ଥିବା ସନ୍ଦେହ କରାଯାଉଛି ।

କାବୁଲର ଜରୁରୀକାଳୀନ ହସ୍ପିଟାଲ ଟ୍ୱିଟରରେ କହିଛି ଯେ, ସାତ ବର୍ଷର ଶିଶୁ ସମେତ ମୋଟ ୨୭ ଆହତ ରୋଗୀଙ୍କୁ ଭର୍ତ୍ତି କରାଯାଇଛି । ୨୭ ଜଣ ଆହତଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜରୁରୀକାଳୀନ ରୁମରେ ଜଣଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.