fbpx

ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଫ୍ଲାଟ ଦେବେ ସରକାର : ହରଦୀପ୍ ସିଂହ ପୁରୀ

ଆମ ଆଦମୀ ପାର୍ଟିର ବିରୋଧ କେନ୍ଦ୍ର ସରକାରଙ୍କ ଅସ୍ୱୀକାର

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ୍ ସିଂହ ପୁରୀ କହିଛନ୍ତି ଯେ ମଦନପୁର ଖଡାରର ତମ୍ବୁରେ ରହୁଥିବା ପ୍ରାୟ ୧୧୦୦ ରୋହିଙ୍ଗ୍ୟାଙ୍କୁ ଫ୍ଲାଟ ଆଦି ମୌଳିକ ସୁବିଧା ତଥା ଦିନରାତି ସୁରକ୍ଷା ଯୋଗାଇଦେବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଦିଲ୍ଲୀବାସୀ ଏହାକୁ ଅନୁମତି ଦେବେ ନାହିଁ ବୋଲି ଆମ୍‌ ଆଦମୀ ପାର୍ଟି (ଏଏପି) କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରିଛି ।

ପୁରୀ ଟୁଇଟ୍‌ କରି କହିଛନ୍ତି ଯେ ଯେଉଁମାନେ ଦେଶରେ ଆଶ୍ରୟ ନେଇଛନ୍ତି ସେମାନଙ୍କୁ ଭାରତ ସର୍ବଦା ସ୍ୱାଗତ କରୁଛି । ଏକ ଐତିହାସିକ ନିଷ୍ପତ୍ତିରେ ସମସ୍ତ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଦିଲ୍ଲୀର ବକ୍କାରୱାଲା ଅଞ୍ଚଳରେ ଥିବା ଫ୍ଲାଟକୁ ସ୍ଥାନାନ୍ତର କରାଯିବ । ସେମାନଙ୍କୁ ମୌଳିକ ସୁବିଧା ଏବଂ ଦିନରାତି ଦିଲ୍ଲୀ ପୋଲିସ ସୁରକ୍ଷା ଯୋଗାଇ ଦିଆଯିବ । ସେ କହିଛନ୍ତି ଯେ ଭାରତ ମିଳିତ ଜାତିସଂଘର ଶରଣାର୍ଥୀ ସମ୍ମିଳନୀ ୧୯୫୧ର ନିଷ୍ପତିକୁ ସମ୍ମାନ କରେ ଏବଂ ପାଳନ କରେ । ଜାତି, ବର୍ଣ୍ଣ କିମ୍ବା ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ଆଶ୍ରୟ ଦେଇଥାଏ । ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ଟିପ୍ପଣୀ ଦିଆଯାଇଛି ।

Get real time updates directly on you device, subscribe now.