fbpx

Sex କରିବା ପୂର୍ବରୁ ସାବଧାନ! ଅଜଣା ବ୍ୟକ୍ତିଙ୍କ ସହ ସମ୍ବନ୍ଧ ରଖିବା ପୂର୍ବରୁ ଏହିସବୁ ପ୍ରତି ଦିଅନ୍ତୁ ଧ୍ୟାନ

ବର୍ତ୍ତମାନ ସମୟରେ ଶାରୀରିକ ସମ୍ପର୍କ ଏକ ସାଧାରଣ କଥା ହୋଇଗଲାଣି । ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ବେଆଇନ ଭାବେ ଗ୍ରହଣ କରାଯାଏ । ମାତ୍ର ଯୁଗ ବଦଳିବା ସହିତ ଆଇନକୁ ଆଜିକାଲି କେହି ମାନିବାକୁ ନାରାଜ । ଆଜିର ଯୁବପୀଢ଼ି ହୁଅନ୍ତୁ ବା ପ୍ରାପ୍ତ ବୟସ୍କ ହୁଅନ୍ତୁ, କେହି ଆଇନକୁ ଆଉ ମାନୁନାହାନ୍ତି । ଯଦି ଆପଣ କୌଣସି ଅପରିଚିତ ପୁଅ ବା ଝିଅ ସହିତ ସେକ୍ସ କରିବାକୁ ଯାଉଛନ୍ତି, ତେବେ କେତୋଟି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ, ନଚେତ ଆପଣ ଅସୁବିଧାରେ ପଡ଼ିପାରନ୍ତି । ଆସନ୍ତୁ ଜାଣିବା ସେହି ଦିଗଗୁଡ଼ିକ ବିଷୟରେ:-

ଯଦି ଆପଣ କୌଣସି ଅପରିଚିତ ପୁରୁଷ ବା ସ୍ତ୍ରୀଲୋକଙ୍କ ସହିତ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ଯାଉଛନ୍ତି, ତେବେ ଜାଣିରଖନ୍ତୁ ସେ ମଧ୍ୟ ପୂର୍ବରୁ ଏହି କାର୍ଯ୍ୟ କରିଥିବେ । ତେଣୁ ଏଡସ୍ ପରି ଅନ୍ୟ ରୋଗଠାରୁ ବର୍ତ୍ତିବା ପାଇଁ ଆପଣ ନିଜର ସୁରକ୍ଷା ପାଇଁ ନିରୋଧ ବ୍ୟବହାର କରିବା ଜରୁରୀ ।

ଅଜଣା ଲୋକଙ୍କ ସହିତ ସେକ୍ସ କରିବା ପୂର୍ବରୁ ସ୍ଥାନ, କାଳ, ପାତ୍ରକୁ ଗୁରୁତ୍ୱ ଦିଅନ୍ତୁ । କ୍ଷଣିକ ସୁଖ ପାଇଁ ଆପଣଙ୍କ ମୂଲ୍ୟବାନ ଜୀବନକୁ ନଷ୍ଟ କରନ୍ତୁ ନାହିଁ । ଆଜିକାଲି ଆପଣଙ୍କ ଚାରିପାଖରେ ଘୁରି ବୁଲୁଥିବା ଭାଇରାଲ ଫଟୋ, ଭିଡିଓ ବିଷୟରେ ଥରେ ଭାବି ନିଜକୁ ତର୍ଜମା କରିବା ଉଚିତ ।

ଅପରିଚିତଙ୍କ ସହ ଅଜ୍ଞାତ ସ୍ଥାନକୁ ଯିବା ପୂର୍ବରୁ ନିଜର ବନ୍ଧୁଙ୍କୁ ଏ ବିଷୟରେ ଜଣାଇବା ସହ ଲୋକେସନ ସେୟାର କରିବା ଠିକ ହେବ । ଯଦି ଆପଣ କୌଣସି ବିପଦରେ ଫଶିଯାଆନ୍ତି ତେବେ ମୁକୁଳିବାରେ ଏହା ସହାୟକ ହେବ । ଅନେକ କ୍ଷେତ୍ରରେ ସେକ୍ସ ପରେ ଆପଣ ବ୍ଲାକମେଲିଂର ଶିକାର ମଧ୍ୟ ହୋଇପାରନ୍ତି । ତେଣୁ ସବୁ ଦିଗ ପ୍ରତି ଦୃଷ୍ଟି ଦେବା ଏକାନ୍ତ ଆବଶ୍ୟକ ।

Get real time updates directly on you device, subscribe now.