fbpx

ସାବଧାନ୍, ଡେରୀରେ ଅଫିସ ଆସୁଛନ୍ତି କି? ଏଣିକି ନିଆଯିବ କାର୍ଯ୍ୟାନୁଷ୍ଠାନ, ଫେଲ ହେଲେ କଟିବ ଦରମା

Advertisement

ଓଡ଼ିଶା ଭାସ୍କର: ଅଫିସ ବା କାର୍ଯ୍ୟାଳୟରେ ବିଳମ୍ବରେ ପହଞ୍ଚୁଥିବା କର୍ମଚାରୀମାନଙ୍କ ପାଇଁ ବଡ଼ ଖବର ସାମନାକୁ ଆସିଛି । ଏଣିକି ମନ ଇଚ୍ଛା ସମୟରେ ଅଫିସକୁ ଯାଇ ପାରିବେ ନାହିଁ କୌଣସି କର୍ମଚାରୀ । ଏଥିପାଇଁ ସରକାରଙ୍କ ତରଫରୁ ଏଭଳି କର୍ମଚାରୀମାନଙ୍କୁ ତାଗିଦ କରାଯାଇଛି । ଏଣିକି ୧୫ ମିନିଟରୁ ଅଧିକ ସମୟ ବିଳମ୍ବ ହେଲେ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସାରା ଦୋରେ ସମସ୍ତ କର୍ମଚାରୀମାନଙ୍କୁ ୯.୦୦-୯.୧୫ ମଧ୍ୟରେ ଅଫିସରେ ଉପସ୍ଥିତ ହେବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । କରୋନା ସଂକ୍ରମଣ ସମୟରେ ବନ୍ଦ ହୋଇଥିବା ଏହି ନିୟମକୁ ପୁଣିଥରେ ଲାଗୁ କରାଯାଇଛି ।

କେନ୍ଦ୍ର ସରକାରଙ୍କ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ(ଡିଓପିଟି) କର୍ମଚାରୀମାନଙ୍କୁ ଅଫିସ ପହଞ୍ଚିବା ସମୟରେ ୧୫ ମିନିଟ ପର୍ଯ୍ୟନ୍ତ କୋହଳ କରିଛି । କର୍ମଚାରୀମାନଙ୍କୁ କୁହାଯାଇଛି ଯେ, ୯.୦୦-୯.୧୫ ସମୟ ମଧ୍ୟରେ ଅଫିସରେ ପହଞ୍ଚିବା ବାଧ୍ୟତାମୂଳକ । ନଚେତ୍ ସମ୍ପୃକ୍ତ କର୍ମଚାରୀଙ୍କର ଅଧା ଦିନର ଆକସ୍ମିକ ଅବକାଶ କାଟ୍ କରାଯିବ ବୋଲି ସତର୍କ କରାଇଛି କେନ୍ଦ୍ର ସରକାର । ଜାରି ହୋଇଥିବା ଆଦେଶରେ କୁହାଯାଇଛି ଯେ, କୌଣସି କାରଣରୁ ଯଦି କର୍ମଚାରୀ କେବେ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ନ ପାରିବେ, ତେବେ ଏହାର ସୂଚନା ଦେବାକୁ ପଡ଼ିବ । ଆକସ୍ମିକ ଅବକାଶ ପାଇଁ ଆବେଦନ କରିବାକୁ ବାଧ୍ୟ ହେବେ କର୍ମଚାରୀ ।

ସକାଳ ୯ଟାରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଖୋଲା ରହୁଥିବା ବେଳେ ଅନେକ କର୍ମଚାରୀ ବିଳମ୍ବରେ ପହଞ୍ଚିବା ସହ ସମୟ ପୂର୍ବରୁ ଘରକୁ ଫେରିଯିବା ଏକ ସାଧାରଣ ଘଟଣା ହୋଇଛି । ତେବେ ଏ ନେଇ ବରିଷ୍ଠ ଅଫିସର କହିଛନ୍ତି ଯେ, ଅଫିସରେ କୌଣସି ନିଶ୍ଚିତ ସମୟ ନାହିଁ । ଆମେ ଘରକୁ ମଧ୍ୟ କାମ ନେଇ ଯାଉଛି, ସାଧାରଣତଃ ସନ୍ଧ୍ୟା ୭ଟା ପରେ ଅଫିସରୁ ବାହାରୁଥିବା ପ୍ରକାଶ କରିଛନ୍ତି । ଏହାବ୍ୟତୀତ କରୋନା ପରେ ଇଲେକ୍ଟ୍ରୋନିକ ଫାଇଲରେ ପ୍ରାୟତଃ ଛୁଟି ବା ସପ୍ତାହନ୍ତରେ ଘରୁ କାମ କରିବାକୁ ପଡ଼ୁଛି ।

୨୦୧୪ ରେ ମୋଦୀ ସରକାର ଆସିବା ପରେ ଅଫିସ୍ ସମୟ ଲାଗୁ କରିବାକୁ ଚେଷ୍ଟା କରିଥିଲେ। କର୍ମଚାରୀମାନେ ଏହାକୁ ବିରୋଧ କରି ସେମାନେ ଦୀର୍ଘ ଦୂରତା ଯାତ୍ରା କରୁଥିବା ଯୁକ୍ତି କରିଥିଲେ । ଅଧିକାରୀ ଏବଂ କର୍ମଚାରୀମାନେ ଠିକ୍ ସମୟରେ କାର୍ୟ୍ୟାଳୟକୁ ଆସିବା ନେଇ ନିଶ୍ଚିତ କରିବା ପାଇଁଁ ଆଧାର କାର୍ଡରେ ବାୟୋମେଟ୍ରିକ୍ ସିଷ୍ଟମ୍ ଆରମ୍ଭ କରାଯାଇଥିଲା । ତେବେ କରୋନା ସମୟରେ ବିଭିନ୍ନ କଟକଣାକୁ ଦୃଷ୍ଟିରେ ରଖି ଏହି ନିୟମରେ କୋହଳ କରିଥିଲେ ସରକାର । କିନ୍ତୁ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାଳ ଆରମ୍ଭ ହେବା ମାତ୍ରେ ଏହି ନିୟମ କଡ଼ା କଡ଼ି କରିଛନ୍ତି ମୋଦୀ ସରକାର । ବାୟୋମେଟ୍ରିକ୍ ସିଷ୍ଟମକୁ ପୁନ ସ୍ଥାପିତ କରିବାକୁ ନିର୍ଦ୍ଦେଶ କେନ୍ଦ୍ର ସରକାରଙ୍କ ତରଫରୁ ଦିଆଯାଇଛି।

Get real time updates directly on you device, subscribe now.