fbpx

ରାତିରେ ଭାତ ଖାଉଥିଲେ ସାବଧାନ ! ଭୋଗିପାରନ୍ତି ଏହି ସମସ୍ୟା

ଭାରତରେ ଭାତ ହେଉଛି ମୁଖ୍ୟ ଖାଦ୍ୟ। ହେଲେ କିଛି ଲୋକ ଭାବନ୍ତି ଅରୁଆ ଚାଉଳଠୁ ଉଷୁନା ଚାଉଳ ଅଧିକ ପୁଷ୍ଟିକର। କିଛି ଲୋକ ଭାବିଥା’ନ୍ତି ଯେ ଭାତ ଖାଇବା ଦ୍ୱାରା ଓଜନ ବଢ଼ିଥାଏ ଓ ରାତିରେ ଭାତ ଖାଇବା ଠିକ୍ କି? ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ସୃଷ୍ଟି ହୁଏ, ତେବେ ଆସନ୍ତୁ ଜାଣିବା ଭାତ ଖାଇବା ଦ୍ୱାରା କ’ଣ ହୋଇଥାଏ ।

ଏକ କପ୍ ଧଳା ଚାଉଳରେ ପ୍ରାୟ ୩୫ ଗ୍ରାମ କାର୍ବୋହାଇଡ୍ରେଟ୍ ଥାଏ। ପ୍ରାୟ ୧୬୫ କ୍ୟାଲୋରି ଏବଂ ୩ରୁ ୪ ଗ୍ରାମ ପ୍ରୋଟିନ୍ ଥାଏ। ଅରୁଆ ଚାଉଳ ଅପେକ୍ଷା ଉଷୁମ୍‌ ଚାଉଳରେ କମ୍ ଫାଇବର ଥାଏ। ଉଷୁନା ଚାଉଳରେ ଅଧିକ ଭିଟାମିନ୍ ଏବଂ ମିନେରାଲ୍ସ ଥାଏ। ଉଷୁନା ଚାଉଳରେ ମାଙ୍ଗାନିଜ୍, ସେଲେନିୟମ୍, ଫସଫରସ୍ ଏବଂ ମ୍ୟାଗ୍ନେସିୟମ୍ ଭରି ରହିଥାଏ।

ତେବେ ଅଧିକ ଭାତ ଖାଇବା ଦ୍ୱାରା ଆମର ମୋଟାପଣ ବଢି ଯାଇଥାଏ । ସେଥିପାଇଁ ଡାଇବେଟିସ୍ ଥିବା ଲୋକଙ୍କ ପାଇଁ ଭାତ ଅଧିକ ଖାଇବା ଜମାବି ଭଲନୁହେ । ଭାତ ଖାଇବା ଦ୍ୱାରା ଆମକୁ ଅଳସୁଆ ଲାଗିଥାଏ । ଭାତ ଖାଇବା ଦ୍ୱାରା ଆମ ଶରୀରରେ ସୁଗାର ମାନ୍ତା ବହୁତ ଜଲଦୀ ବଢି ଯାଇଥାଏ । ତେଣୁ ଏହା ଆମର ଆଳସକୁ ବଢାଇ ଦେଇଥାଏ । ଯେଉଁମାନେ ଖାଇବା ପରେ କାମ କରନ୍ତି ସେମାନଙ୍କ ପାଇଁ ଭାତର ଅଧିକ ସେବନ କରିବା ଆଦୌ ଉଚିତ ନୁହେଁ ।

ଡାଇଟିସିଆନ୍‌ ରୁଜୁତା ଦ୍ୱିବେଦ୍‌କର କହନ୍ତି ଯେ ଭାତ ହଜମ ହେବାରେ ସହଜ ହୋଇଥାଏ ଏହା କୋଲେଷ୍ଟ୍ରଲ ମୁକ୍ତ ମଧ୍ୟ। ଚାଉଳରେ କାର୍ବୋହାଇଡ୍ରେଟ୍‌ ଥାଏ ଯାହା ଶରୀରରେ ଶକ୍ତି ଯୋଗାଇଥାଏ। ଭାତରେ ପ୍ରୋଟିନ୍‌ ପ୍ରଚୁର ପରିମାଣରେ ଥାଏ। ଏକ କପ୍‌ ଚାଉଳରେ ୩-୪ ଗ୍ରାମ୍‌ ପ୍ରୋଟିନ୍‌ ଥାଏ। ଭାତ ଖାଇବା ଦ୍ଵାରା ଆମ ଶରୀରରେ ସୋଡିୟମ୍‌ ମାତ୍ରା କମ୍‌ ହୋଇଥାଏ। ଭାତ ଖାଇବା ଦ୍ୱାରା ଆଜମା ବଢି ଯାଇଥାଏ

Get real time updates directly on you device, subscribe now.