fbpx

ମିଠା ମକା ଖାଉଥିଲେ ସାବଧାନ ! ଭୋଗିପାରନ୍ତି ଏହି ସମସ୍ୟା

ସମସ୍ତେ ପ୍ରାୟତଃ ମିଠା ମକା ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହି ଖାଦ୍ୟ ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ଏହା ଶରୀର ପାଇଁ ହୋଇଥାଏ କ୍ଷତିକାରକ । ଏଥିରେ ପ୍ରଚୁର ମାତ୍ରାରେ ନ୍ୟୁଟ୍ରିସନରେ ଭରପୂର ଥାଏ । କିନ୍ତୁ ଏଥିରେ ରହିଛି କିଛି ସାଇଡ ଇଫେକ୍ଟସ ରହିଛି । ଯଦି ଆପଣ ପ୍ରତ୍ୟେକ ଦିନ ଅଧିକ ମାତ୍ରାରେ ସ୍ୱିଟକର୍ଣ୍ଣ ଖାଉଛନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହୋଇପାରେ ହାନିକାରକ ।

ସ୍ୱିଟିକର୍ଣ୍ଣ ଖାଇବା ଦ୍ୱାରା ପେଟ ଶୀଘ୍ର ଭରିଯାଏ । ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଶରୀରରେ ଜରୁରୀ ମିନେରାଲ୍ସ ଏବଂ ଭିଟାମିନର ଅଭାବ ହୋଇଥାଏ । ଯେଉଁଥିପାଇଁ ପେଲାଗ୍ରା ରୋଗ ହେବାର ସମ୍ଭାବନା ଥାଏ । ସ୍ୱିଟକର୍ଣ୍ଣରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ ରହିଥାଏ । ଯାହା ବ୍ଲଡସୁଗାର ମାତ୍ରାକୁ ବଢ଼ାଇଥାଏ ।

ଯଦି ଡାଇବେଟିଜ ଅଛି ତେବେ ସ୍ୱିଟ କର୍ଣ୍ଣ ଖାଇବା ଉଚିତ ନୁହେଁ । ଏହା ଶରୀର ବ୍ଲଡ ସୁଗାର ମାତ୍ରାକୁ ବଢାଇଥାଏ । ସ୍ୱିଟି କର୍ଣ୍ଣରେ ଫାଇବର ମାତ୍ରା ଅଧିକ ଥାଏ । ସ୍ୱିଟ୍କର୍ଣ୍ଣକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଡାଇଜେଷ୍ଟିଭ ସିଷ୍ଟମରେ ପ୍ରଭାବ ପଡିଥାଏ । ଯେଉଁଥିପାଇଁ ପେଟ ଫୁଲିବା, ଗ୍ୟାସ ବ୍ଲୋଟିଙ୍ଗ, ହଜମ ନହେବା ଭଳି ସସମ୍ୟା ସୃଷ୍ଟି ହୋଇଥାଏ ।

ସ୍ୱିଟି କର୍ଣ୍ଣ ସ୍ୱାଦରେ ମିଠା ଥାଏ । ଯଦି ଏହାକୁ ଗରମ ପାଣିରେ ସିଝାଇ ଖାଆନ୍ତି ତେବେ ଏଥିରେ ମିଠା ଅଂଶ ଅଧିକ ବଢିଥାଏ । ଏନେଇ ଏହାକୁ ଖାଇବା ପରେ ପାଟିକୁ ଭଲ ଭାବେ ସଫା କରିବା ଉଚିତ ।

ଏହା ଏପରି ଏକ ଖାଦ୍ୟ ଯାହାକୁ ଲୋକମାନେ ପ୍ରତ୍ୟେକ ସମୟରେ ଖାଇଥାନ୍ତି । ଖରା, ବର୍ଷା ଏବଂ ଶୀତ ପ୍ରତ୍ୟେକ ଋତୁରେ ଏହାକୁ ଖାଇବାକୁ ଲୋକେ ପସନ୍ଦ କରନ୍ତି । କିନ୍ତୁ ଖାଇବା ବେଳେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

Get real time updates directly on you device, subscribe now.