ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ସତର୍କ ରୁହ। ତାଣ୍ଡବ ରଚିପାରେ କାଳବୈଶାଖୀ। ସକାଳୁ ସକାଳୁ ଟ୍ୱିନସିଟିର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଏବେ ବି ଭୁବନେଶ୍ୱର ଓ କଟକର କିଛି ସ୍ଥାନରେ ବର୍ଷା ହେଉଛି।
ତେଣୁ ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଏହିପରି ପାଗ ବଳବତ୍ତର ରହିବ। ଏହାସହ ଘଡ଼ଘଡ଼ି ସାଙ୍ଗକୁ ୪୦-୬୦ କିମି ବେଗରେ ପବନ ବହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ତେଣୁ ଆଗାମୀ ୩ ଘଣ୍ଟା ପାଇଁ ବିଭିନ୍ନ ଜିଲ୍ଲା ସମେତ ବିଶେଷ କରି କଟକ ଓ ଭୁବନେଶ୍ୱରବାସୀଙ୍କୁ ସତର୍କ କରିଛି ପାଣିପାଗ କେନ୍ଦ୍ର। ଏହି ୩ ଘଣ୍ଟା ମଧ୍ୟରେ ଡପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।